ଭୁବନେଶ୍ୱରରେ ଆଉ ୧୬ କୋଭିଡ-୧୯ ପଜିଟିଭ୍ ଚିହ୍ନଟ: କ୍ୱାରେଣ୍ଟାଇନରୁ ୨, ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୪

Published By : Prameya-News7 Bureau | June 26, 2020 IST

ଭୁବନେଶ୍ୱର, ୨୬|୦୬ :  ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୬ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୧୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୧୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

wp:html /wp:html

କ୍ୱାରେଣ୍ଟାଇନରେ ଥିବା ଦୁଇ ଜଣ ସଂକ୍ରମିତ ହେଉଛନ୍ତି ଯଦୁପୁରର ଜଣେ ୩୬ ବର୍ଷୀୟ ବ୍ୟକ୍ତି ଏବଂ ଆଉ ଜଣେ ହେଲେ ଡେଲଟା କଲୋନୀର ୨୧ ବର୍ଷୀୟା ମହିଳା । ସେ ନିକଟରେ ବିଜୟଓ୍ୱାଡାରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।

 ଏତତ୍ ବ୍ୟତୀତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ସେହିପରି ବରମୁଣ୍ଡା ବିଡିଏ କଲୋନୀର ୨୨ ଓ ୨୪ ବର୍ଷର ଦୁଇଜଣ ବ୍ୟକ୍ତି ରହିଛନ୍ତି । ଝାରପଡାରୁ ମଧ୍ୟ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରପଦା ଅଭିରାମ ବସ୍ତିର ୫୦ ବର୍ଷୀୟା ମହିଳା ଓ ଓଲଡଟାଉନ୍ ମହତାବ ରୋଡର ଜଣେ ୬୧ ବର୍ଷର ବ୍ୟକ୍ତି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସଂକ୍ରମିତମାନେ କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.