କଟକ ସହରରୁ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ, ୨ ସ୍ଥାନୀୟ ସଂକ୍ରମିତ

Published By : Prameya-News7 Bureau | July 20, 2020 IST

କଟକ, ୨୦|୦୭:  କଟକ ସହରରୁ ଆଉ ୧୬ କରୋନା ପଜିଟିଭ୍ ତିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ହୋଇଥିବା ପଜିଟିଭ୍ ମଧ୍ୟରୁ ୧୪ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ନୂଆ ପଜିଟିଭଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଚାଇନରେ ରହିଥିବା ବେଳେ ୮ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୨ ସ୍ଥାନୀୟ ସଂକ୍ରମିତ ହେଲେ ଡଗରପଡାର ୭୫ ବର୍ଷୀୟ ବୃଦ୍ଧ ଓ ସୁତାହାଟର ୩୫ ବର୍ଷୀୟ ମହିଳା ।

wp:html /wp:html

ଏହାକୁ ମିଶାଇ କଟକ ସହରରେ ମୋଟ୍ କୋଭିଡ ପଜିଟିଭଙ୍କ ସଂଖ୍ୟା ୩୬୬ରେ ପହଁଚିଥିବା ବେଳେ ୨୧୭ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୭ଜଣ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ୧୪୨ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.