ଜାଲ ମୃତ୍ୟୁ ପ୍ରମାଣ ପତ୍ର ତିଆର କରି ବୀମା କମ୍ପାନୀକୁ ଠକିଲେ ୧୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା..

Published By : Prameya-News7 Bureau | September 12, 2019 IST

​‌ଗୌହ୍ବାଟୀ୧୨|୯: ଜାଲ ମୃତ୍ୟୁ ପ୍ରମାଣ ପତ୍ର ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ଘଟଣା ସାମ୍ନାକୁ ଆସିଛି। ଆସାମର ବରପେଟା ଅଞ୍ଚଳରେ ଏହିଭଳି ଘଟଣା ଦେଖିବାକୁ ମିଳିଛି।ଜାଲ ମୃତ୍ୟୁ ପ୍ରମାଣ ପତ୍ର ତିଆରି କରି ବୀମା କମ୍ପାନୀରୁ ୧୬ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି।  ଜାଲ ମୃତ୍ୟୁ ପ୍ରମାଣ ପତ୍ର ମାମଲାରେ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ମଧ୍ୟ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ଜାଲ ପ୍ରମାଣ ପତ୍ର ତିଆର କରିବାରେ ସାହାଯ୍ୟ କରୁଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କ  ନାଁ ନୁରୁଲ ଇସ୍ଲାମ। ପୂର୍ବରୁ ତାଙ୍କ ନାଁରେ ଏହଭିଳି ବହୁ ଅଭିଯୋଗ ରହିଛି ବୋଲି ପୋଲିସ କହିଛି। ଜାଲ ମୃତ୍ୟୁ ପ୍ରମାଣପତ୍ର ତିଆରି କରିବା ପାଇଁ ନୁରୁଲ ମୋଟା ଅଙ୍କର ଲାଞ୍ଚ ମାଗିଥିଲେ। ବେଆଇନ ଭାବେ ଜାଲ ମୃତ୍ୟୁ ପ୍ରମାଣ ପତ୍ର ତିଆରି କରି ପରିବାର ଲୋକେ ବୀମା କମ୍ପାନିୀ ପାଖରେ ୧୬ ଲକ୍ଷ ଟଙ୍କା ଦାବି କରିଥିଲେ।

ସ୍ବାସ୍ଥ୍ୟ ଅଧିକାରୀ ନୁରୁଲ ଏହି ଜାଲ ପ୍ରମାଣପତ୍ର ତିଆରି କରି ପାଲହାଜିର ଜିଲ୍ଲାର ମୁଜାମିଲ ହକ୍‌ଙ୍କୁ ଦେଇଥିବା କଥା ସେ  ସ୍ବୀକାର କରିଛନ୍ତି। ଏହା ପରେ ପରିବାର ଲୋକ କ୍ଲେମ ବାବଦକୁ ୧୬ ଲକ୍ଷ ଟଙ୍କା ବୀମା କମ୍ପାନୀରୁ ଉଠାଇଥିଲେ। ଏହି ଘଟଣାର ଖୋଳତାଡ଼ ପରେ ସ୍ବାସ୍ଥ୍ୟ ଅଧିକାରୀ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଆସାମ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଆଇପିସି ଧାରା,120B, 420, 106, 409, 468 ଓ 471 ସହ କେସ ନମ୍ବର 1619/2019ରେ ମାମଲା ରୁଜୁ କରିଛି। ଘଟଣା ପର୍ଦ୍ଦାଫାଶ ପରେ ବାରପେଟା କୋର୍ଟରେ ସବୁ ଦସ୍ତାବିଜ ଦାଖଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.