ବିଷାକ୍ତ ଛତୁ ଖାଇ ୧୬ ଗୁରୁତର : ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | August 11, 2019 IST

ବାଲେଶ୍ୱର ୧୧/୮: ବିଷାକ୍ତ ଛତୁ ଖାଇ ୧୬ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ଗାଁରେ ଛତୁ ଖାଇ ୧୬ ଜଣ ଅସୁସ୍ଥ ହୋଇ ଗୁରୁତର ହେବା ପରେ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।  କୁରୁଡ଼ା ଗ୍ରାମର କିଛି ପରିବାର ଛତୁ ଖାଇଥିଲେ ।

{"id":143074}

ତେବେ ତାହା ବିଷାକ୍ତ ହୋଇଥିବାରୁ ଛତୁଖାଇଥିବା ଥିବା ଲୋକଙ୍କର ପେଟ ବଥା ହେବା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ସମସ୍ତ  ଗୁରୁତରଙ୍କୁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ସେମାନଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

{"id":143075}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.