ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ : ୧୬ ଆହତ, ୫ ଗୁରୁତର

Published By : Prameya-News7 Bureau | September 15, 2019 IST

ସୁନ୍ଦରଗଡ ୧୫।୯: ସୁନ୍ଦରଗଡରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍ ଓଲଟି ପଡିବା ଯୋଗୁଁ ୧୬ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।

{"id":158018}

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଗଣ୍ଡରଟୋଲି ଘାଟିରେ ରାଜା ଡାଇମଣ୍ଡ ନାମକ ଘରୋଇ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଛି । ବସ୍ ଓଲଟି ପଡିବା ଯୋଗୁଁ ୧୬ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ବଡଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ବସ୍ ଟି ସବଡେଗାରୁ ରାଉରକେଲା ଯାଉଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.