ଡ୍ରାଇଭରର ଭୁଲ ପାଇଁ ଚାଲିଗଲା ୧୬ଜୀବନ, ଦୁଇ ଦିନ ପରେ ଥିଲା ଜଣଙ୍କର ବିବାହ

Published By : Prameya-News7 Bureau | November 13, 2019 IST

ଜମ୍ମୁକାଶ୍ମୀର : ଦୋଡାର ଖେଲୋନୀରେ ଓଭରଲୋଡିଂ  କାରଣରୁ ଏକ ବଡ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ  ରାସ୍ତା କଡ଼କୁ ଖସିପଡିଲା ଗାଡି , ଚାଲିଗଲା ୧୬ ଜୀବନ ।

{"id":183292,"width":588,"height":396}

ସୂଚନାଯୋଗ୍ୟ ଯେ , ଜାମ୍ମୁ କାଶ୍ମୀର ଦୋଡା ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ବସ୍ ଓ ମାଟାଟୋର ଗାଡି ଗମନାଗମନରେ ଅସୁବିଧା ହେବା କାରଣରୁ ଛୋଟ ଚକ ବିଶିଷ୍ଠ ଗାଡିକୁ ଗମନାଗମନ ପାଇଁ ଅନୁମତି ଦିଆଯାଇଥାଏ  ।ଏହି ଗାଡିରେ ବହୁତ କମ ଯାତ୍ରୀ ବସିବାର କ୍ଷମତା ରହିଥିାଏ , ଗାଡିରେ ଓଭରଲୋଡିଂ ଭାବେ ଯାତ୍ରୀମାନେ ଗମନାଗମନ କରିଥାନ୍ତି । ଏହିପରି ଓଭରଲୋଡିଂ ହୋଇ ଯାଉଥିବା ସମୟରେ ଏକ ଗାଡି ଦୁର୍ଘଟଣାର ଶୀକାର ହୋଇଛି । ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଗାଡିରେ ଡ୍ରାଇଭର ସମେତ ୧୨ଜଣ ଯାତ୍ରୀଙ୍କୁ ନେବା ପାଇଁ ଅନୁମତି ଥିଲାବେଳେ ୧୭ଜଣ ଯାତ୍ରା କରୁଥିଲେ , ଛୋଟ ଗାଡିରେ ଅଧିକମାତ୍ରାରେ  ଯାତ୍ରୀହେବାରୁ ଗାଡି ନିୟନ୍ତ୍ରଣ ହରାଇ ରାସ୍ତା କଡକୁ ଓଲଟିପଡିଥିଲା, ଫଳରେ ,ଗାଡିରେ ଯାତ୍ରା କରୁଥିବା ୧୬ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣଙ୍କ ବିବାହ ଦୁଇ ଦିନ ପରେ ହେବାକୁ ଯାଉଥିଲା । ମୃତକଙ୍କ ନାମ ହେଉଛି ଇସରାଦ ମାଜିଦ, ଜାବିନା ,ବେବି , ନାସିର, ଇରସାଦ ଅହମ୍ମଦ, ଫିରଦୋସ ମହମ୍ମଦ, ତବରେଜ, ସମୀରା, ନାସିର,ରୁବିଆ, ବେବି , ଫେଜ୍ ଅହମ୍ମଦ, ଅମିନା,ସାହିନା,ତନବିର, ବେବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.