କଳାହାଣ୍ଡି ଜିଲ୍ଲାରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ : କମର୍ଦ୍ଦ। ଓ ଲାଞ୍ଜିଗଡ ପଞ୍ଚାୟତ ସଟ୍ ଡାଉନ୍

Published By : Prameya-News7 Bureau | June 14, 2020 IST

କଳାହାଣ୍ଡି ୧୪।୬: କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲାଞ୍ଜିଗଡ ବ୍ଲକର ୧୪ ଜଣ, ଜୟପାଟଣା ବ୍ଲକର ଜଣେ ଓ ଅନ୍ୟ ଜଣେ କରୋନା ଯୋଦ୍ଧା ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଫଳରେ ଜିଲ୍ଲାର କମର୍ଦ୍ଦା, ଲାଞ୍ଜିଗଡ ପଞ୍ଚାୟତ ତଥା ଲାଞ୍ଜିଗଡ ପଞ୍ଚାୟତର ଛତ୍ରପୁର ଗାଁକୁ ସରପଞ୍ଚମାନେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

{"id":286081,"sizeSlug":"large"}

କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ୧୬ କରୋନା ଆକ୍ରାନ୍ତ ମଧ୍ୟରୁ ଲାଞ୍ଜିଗଡ ବ୍ଲକ୍ ସଂଗରୋଧ କେନ୍ଦ୍ରର ୧୪ଜଣ ତାମିଲନାଡୁ, ଗୁଜରାଟ ଓ କର୍ଣ୍ଣାଟକ ଫେରନ୍ତା ଏବଂ ଜଣେ କରୋନା ଯୋଦ୍ଧା । ସେହିପରି ଜୟପାଟଣା ବ୍ଲକ୍ ଜଣେ ଆକ୍ରାନ୍ତ ଋଷ ଫେରନ୍ତା । ବର୍ତ୍ତମାନ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୭ରେ ପହଞ୍ଚିଥିବା ବେଳେ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଅନ୍ୟ ୩୬ କରୋନା ଆକ୍ରାନ୍ତ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

{"id":286083,"sizeSlug":"large"}

କ୍ରମଶଃ କୋରନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବା କାରଣରୁ ଜିଲ୍ଲାର କମର୍ଦ୍ଦା, ଲାଞ୍ଜିଗଡ ରୋଡ୍ ପଞ୍ଚାୟତ ତଥା ଲାଞ୍ଜିଗଡ ପଞ୍ଚାୟତର ଛତ୍ରପୁର ଗାଁକୁ ସରପଞ୍ଚମାନେ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚମାନେ ଲାଞ୍ଜିଗଡ ରୋଡ୍ ପଞ୍ଚାୟତକୁ ୧୨ ଘଣ୍ଟା ଏବଂ କମର୍ଦ୍ଦ। ପଞ୍ଚାୟତକୁ ୪୮ ଘଣ୍ଟା ତଥା ଛତ୍ରପୁର ଗାଁକୁ ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.