୧୬ ଶିଶୁ ଶ୍ରମିକ ଉଦ୍ଧାର, ସିଡବ୍ଲୁସିକୁ ହସ୍ତାନ୍ତର

Published By : Prameya-News7 Bureau | August 14, 2019 IST

ଚୌଦ୍ବାର ୧୪|୮: କଟକ ଜିଲ୍ଲା ଟାଙ୍ଗି ଥାନା ଅଂଚଳରୁ ୧୬ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । କଟକ ଗ୍ରାମାଞ୍ଚଳ ଏସପିଙ୍କ ସ୍ବତନ୍ତ୍ର ଟିମ୍ ଓ ଟାଙ୍ଗି ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ। ମଙ୍ଗୁଳି ଅଂଚଳରେ ଥିବା ଢ଼ାବା, ହୋଟେଲ ଓ ଗ୍ୟାରେଜ ଗୁଡିକରେ ଚଢ଼ାଉ ବେଳେ ନାବାଳକମାନେ କାମ କରୁଥିବା ଦେଖିବାକୁ ମିଳିଥିଲା । ଏଭଳି ୧୬ଜଣଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିଲା । ସିଡବ୍ଲୁସିଙ୍କୁ ସେମାନଙ୍କୁ କଟକ ବସୁନ୍ଧରାରେ ରଖିଥିଲେ । ସେମାନଙ୍କ ପରିବାରଲୋକଙ୍କୁ ପରେ ହସ୍ତାନ୍ତର କରାଯିବ ବୋଲି ଟାଙ୍ଗି ଥାନା ଅଧିକାରୀ ବିମଳ କୁମାର ବାରିକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.