ଫିଲ୍ମରେ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇଛନ୍ତି ଏହି ୧୬ଟି ଅଭିନେତ୍ରୀ : ଜାଣନ୍ତୁ କିଏ?

Published By : Prameya-News7 Bureau | March 07, 2019 IST

ମୁମ୍ବାଇ ୭/୩: ଯେତେବେଳେ ନ୍ୟୁଡ୍ ସିନ୍ କଥା ପଡ଼ିଥାଏ ପ୍ରଥମେ ହଲିଉଡ କଥା ମନରେ ଆସିଥାଏ। କିନ୍ତୁ ବଲିଉଡ ଏହି ମାମଲାରେ ହଲିଉଡକୁ ଟକ୍କର ଦେବାକୁ ଆରମ୍ଭ କରିଦେଇଛି। ଟପଲେସ ଏବଂ ବୋଲ୍ଡ ସିନ୍ ଦେବାକୁ ବଲିଉଡ ଅଭିନେତ୍ରୀ ଏବେ ପଛାଉନାହାନ୍ତି। ନ୍ୟୁଡ୍ ସିନ୍ ଦେବାକୁ ମଧ୍ୟ ଅଭିନେତ୍ରୀ ରାଜି ହୋଇ ଯାଉଛନ୍ତି। ଆଜି ଆମେ ଜାଣିବା ବଲିଉଡର ଏହି ୧୬ଟି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ଫିଲ୍ମରେ ବିବସ୍ତ୍ର ହୋଇ ସୀମା ପାର କରି ଦେଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

{"id":91353,"width":594,"height":400}

୧.ଶର୍ଲିନ ଚୋପ୍ରା: ଇଣ୍ଟରନେଟରେ  ନିଜ ବୋଲ୍ଡ ଫଟୋ ଦେଇ ଚର୍ଚ୍ଚାରେ ରହୁଥିବା ଶର୍ଲିନ ଚୋପ୍ରା ‘କାମସୂତ୍ର’ ଫିଲ୍ମରେ ବିବସ୍ତ୍ର ହୋଇ ବାକି ଅଭିନେତ୍ରୀଙ୍କୁ ଅଡ଼ୁଆରେ ପକାଇ ଦେଇଥିଲେ।

{"id":91354,"width":594,"height":332}

୨.ସନି ଲିଓନି ବଲିଉଡର ‘ବେବି ଡଲ୍’ ସନି ଲିଓନି ଆଡଲ୍ଟ ଫିଲ୍ମର ଷ୍ଟାର। ସେ ‘ରାଗିଣୀ ଏମଏମଏସ’ରେ ନ୍ୟୁଡ୍ ସିନ୍ ଦେବାକୁ ପଛକୁ ହଟିନଥିଲେ।

{"id":91355,"width":593,"height":400}

୩.ପୁନମ୍ ପାଣ୍ଡେ: ଇଣ୍ଟରନେଟରେ ଛାଇ ଯାଇଥିବା ପୁନମ ପାଣ୍ଡେଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ ଅଛନ୍ତି। ପୁନମଙ୍କ ଫ୍ୟାନ୍ ମଧ୍ୟ ତାଙ୍କ ନୂଆ ନୂଆ ଫଟୋ ଅପେକ୍ଷାରେ ଥାଆନ୍ତି। ‘ନଶା’ ଫିଲ୍ମରେ ସେ ସମ୍ପୂର୍ଣ୍ଣ ନ୍ୟୁଡ ହୋଇଥିଲେ। ଏହି ଫିଲ୍ମରେ ସେ ଅଧ୍ୟାପିକା ଭୂମିକାରେ ଅଭିନୟ କରିଥିଲେ।

{"id":91356,"width":594,"height":395}

୪.କଲ୍କି କୋଚଲିନ୍: ଅଭିନେତ୍ରୀ କଲ୍କି କୋଚଲିନ୍ ତାଙ୍କ ଅସାଧାରଣ ଅଭିନୟ ପାଇଁ ଜଣା ଯାଆନ୍ତି। ‘ମାର୍ଗାରିଟା ଉଇଥ ଷ୍ଟ୍ର’ରେ ସେ ନ୍ୟୁଡ ସିନ୍ ଦେଇଥିଲେ।

{"id":91358,"width":592,"height":394}

୫.ସୀମା ରେହମାନୀ: ୨୦୦୫ମସିହାରେ ଆସିଥିବା ଫିଲ୍ମ ‘ସିନସ’ରେ ସୀମା ରେହମାନୀ ନ୍ୟୁଡ ହୋଇ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲେ।

{"id":91359,"width":594,"height":359}

୬.ପାଓଲି ଧାମ: ଫିଲ୍ମ ‘ହେଟ ଷ୍ଟୋରି’ରେ ଅଭିନେତ୍ରୀ ପାଓଲି ଧାମ ଅନେକ ବୋଲ୍ଡ ସିନ୍ ଦେଇଥିଲେ। ଏବଂ ନ୍ୟୁଡ ମଧ୍ୟ ହୋଇଥିଲେ। ଫିଲ୍ମର ଟିଆରପି ପାଓଲିଙ୍କ ପାଇଁ ବଢ଼ିଥିଲା।

{"id":91360,"width":590,"height":504}

୭.ଅନୁ ଅଗ୍ରଓ୍ବାଲ୍: ବ୍ଲକବଷ୍ଟର ଫିଲ୍ମ ‘ଆଶିକୀ’ରେ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁ ଅଗ୍ରଓ୍ବାଲ୍ ସେଥିରେ ଏକ ଲାଜକୁଳୀ ଝିଅର ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ଫିଲ୍ମ ‘ଦ କ୍ଲାଉଡେଡ ଷ୍ଟାର’ରେ ସେ ନ୍ୟୁଡ ସିନ୍ ଦେଇଥିଲେ।

{"id":91361,"width":586,"height":502}

୮.ଜିନତ ଅମନ: ବିଗତ ଦିନର ଅଭିନେତ୍ରୀ ଜିନତ ଅମନ ଫିଲ୍ମ ‘ସତ୍ୟମ ଶିବମ୍ ସୁନ୍ଦରମ୍’ରେ ଦର୍ଶକଙ୍କୁ ଚକିତ କରି ଦେଇଥିଲେ। ଜିନତ ଅମନ ଏଥିରେ ନ୍ୟୁଡ ସିନ୍ ଦେଇଥିଲେ।

{"id":91362,"width":592,"height":333}

୯.ରାଧିକା ଆପ୍ତେ: ରାଧିକା ଆପ୍ତେ ତାଙ୍କ ଅଭିନୟ ପାଇଁ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଫିଲ୍ମ ‘ପାର୍ଚଡ’ରେ ନ୍ୟୁଡ ସିନ୍ ଦେଇ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

{"id":91363,"width":594,"height":437}

୧୦.ଦୀପା ସାହି: ‘ମାୟା ମେମସାହେବ’ରେ ଦୀପା ସାହି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ସହ ଏକ ବେଡ୍ ସିନ୍ ଦେଇଥିଲେ ଯେଉଁଥିରେ ସେ ସମ୍ପୂର୍ଣ୍ଣ ନ୍ୟୁଡ ଥିଲେ। ଶାହାରୁଖ ଖାନଙ୍କର ମଧ୍ୟ ଏହା ବୋଲ୍ଡ ଫିଲ୍ମ ଥିଲା।

{"id":91364,"width":591,"height":443}

୧୧.ନନ୍ଦନା ସେନ: ୨୦୧୪ମସିହାରେ ରିଲିଜ ହୋଇଥିବା ବିବାଦୀୟ ଫିଲ୍ମ ‘ରଙ୍ଗ ରସିଆ’ରେ ଅଭିନେତ୍ରୀ ନନ୍ଦନା ସେନ ଖୁବ ଚର୍ଚ୍ଚାରେ ଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ରଣଦୀପ ହୁଡ୍ଡା ଥିଲେ ଯାହା ସହ ସେ ଖୁବ୍ ବୋଲ୍ଡ ସିନ୍ ଦେଇଥିଲେ।

{"id":91365,"width":597,"height":399}

୧୨.ସିମ୍ମି ଗ୍ରେଓ୍ବାଲ୍: ଅଭିନେତ୍ରୟୀ ସିମ୍ମି ଗ୍ରେଓ୍ବାଲ୍ ଫିଲ୍ମ ‘ମେରା ନାମ ଜୋକର’ ଏବଂ ‘ସିଦ୍ଧାର୍ଥ’ ରେ ନ୍ୟୁଡ ସିନ୍ ଦେଇଥିଲେ।

{"id":91367,"width":588,"height":244}

୧୩.ସୀମା ବିଶ୍ବାସ: ୧୯୯୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ବାଣ୍ଡିଟ୍ କୁଇନ’ରେ ଅଭିନେତ୍ରୀ ସୀମା ବିଶ୍ବାସ ନ୍ୟୁଡ ସିନ୍ ଦେଇଥିଲେ। ଏହି ଫିଲ୍ମର କାହାଣୀ  ଫୁଲନ ଦେବୀଙ୍କ ଜୀବନୀ ଉପରେ ଆଧାରିତ।

{"id":91368,"width":591,"height":332}

୧୪.ଇନ୍ଦିରା ବର୍ମା : ଫିଲ୍ମ ‘କାମସୂତ୍ର’ର ପ୍ରଥମ ଭାଗ ୧୯୯୬ମସିହାରେ ରିଲିଜ ହୋଇଥିଲା। ଏଥିରେ ଇନ୍ଦିରା ବର୍ମା ନ୍ୟୁଡ ସିନ୍ ଦେଇଥିଲେ।

{"id":91369,"width":596,"height":447}

୧୫.ମନ୍ଦାକିନୀ: ଫିଲ୍ମ ‘ରାମ ତେରି ଗଙ୍ଗା ମେଲି’ରେ ଅଭିନେତ୍ରୀ ମନ୍ଦାକିନୀ ନ୍ୟୁଡ ସିନ୍ ଦେଇଥିଲେ।

{"id":91370,"width":594,"height":470}

୧୬.ପଲ୍ଲବୀ ଜୋଶୀ: ୧୯୮୮ମସିହାରେ ଆସିଥିବା ଫିଲ୍ମ ‘ତ୍ରିଶାଗ୍ନି’ରେ ଅଭିନେତ୍ରୀ ପଲ୍ଲବୀ ଜୋଶୀ ନ୍ୟୁଡ ସିନ୍ ଦେଇଥିଲେ। ଏଥିରେ ତାଙ୍କ ସହ ଆଲୋକ ନାଥ,ନାନା ପାଟେକର ଏବଂ ନିତିଶ ଭରଦ୍ବାଜ ଅଭିନୟ କରିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.