ବାର୍‌କୁ ଗଲେ ବିୟର ପିଇଲେ, ୧୬ ଜଣ କରୋନା ନେଇ ଫେରିଲେ

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: ମହାମାରୀ କରୋନା ଭାଇରସ୍‌ରେ ଦୁନିଆରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ସାଇଲେଣ୍ଟ କିଲର ହୋଇ କରୋନା ଭୂତାଣୁ ଲକ୍ଷାଧିକ ଲୋକଙ୍କୁ ସଂକ୍ରମିତ କରିବା ସହିତ ଲକ୍ଷାଧିକ ଲୋକଙ୍କ ପ୍ରାଣ ମଧ୍ୟ ନେଇଛି। ଅଧିକାଂଶ ସଂକ୍ରମିତଙ୍କଠାରେ କରୋନା ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁନି।। ଆମେରିକା କହିଛି ଯେ, ଦେଶରେ କରୋନା ସଂକ୍ରମଣର ଚରମ ସ୍ଥିତି ଅତିକ୍ରମ ସରି ଯାଇଛି। ଫ୍ଲୋରିଡା ହେଉଛି ଆମେରିକାର ଏକ ପ୍ରମୁଖ ରାଜ୍ୟ ଯେଉଁଠି କରୋନା ଲକ୍‌ଡାଉନ୍ ପରେ ପୁଣି ଥରେ ସ୍ଵାଭାବିକ ଜୀବନ ଏବଂ ଗତିବିଧି ଆରମ୍ଭ କରାଯିବାକୁ ପ୍ରୟାସ କରାଯାଉଛି। ହେଲେ ଫ୍ଲୋରିଡାରେ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହା ମଧ୍ୟରେ ଫ୍ଲୋରିଡାରେ ଏକା ସଙ୍ଗେ ୧୬ ଜଣ ସାଙ୍ଗ କରୋନା  ସଂକ୍ରମଣର ଶିକାର ହୋଇଛନ୍ତି। ଏହି ସାଙ୍ଗ ଦଳ ବାରକୁ ବିୟର ପିଇବାକୁ ଯାଇଥିଲେ। ହେଲେ ଫେରିଲା ବେଳେ କରୋନା ନେଇ ଫେରିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ୧୬ ଜଣଙ୍କ ମଧ୍ୟରୁ ତିନି ଜଣ ସିଏନଏନକୁ କହିଛନ୍ତି ଯେ, ସଂପ୍ରତି ବାହାରକୁ ଏବେ ବାହାରିଲେ ନିଜ ପ୍ରତି କଣ ବିପଦ ରହିଛି ସେଥିପ୍ରତି ଲୋକଙ୍କୁ ସଚେତନ କରାଇବାକୁ ବାହାରିଥିଲୁ।

ବାରରେ ପାର୍ଟି କରୁଥିବା ଲୋକେ କହିଛନ୍ତି ଯେ, ମହାମାରୀ ଶେଷ ହୋଇ ନାହିଁ। ସୂଚନା ଅନୁଯାୟୀ ଜଣେ ସାଙ୍ଗଙ୍କ ଜନ୍ମଦିନ ପାଇଁ ଏହି ୧୬ ଜଣ ଗୋଟିଏ ବାରରେ ଏକାଠି ହୋଇଥିଲେ। ବାରରେ ଥିବା ଲୋକ କେହି ହେଲେ ମାସ୍କ ପିନ୍ଧି ନଥିଲେ ଏବଂ ଲୋକଙ୍କ ଗହଳି ମଧ୍ୟ ଥିଲା।

ଏହାର  କିଛି ଦିନ ପରେ ଅନେକଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ସେମାନେ କରୋନା ଟେଷ୍ଟ  କରାଇଲେ ଏବଂ ରିପୋର୍ଟ ପଜିଟିଭ୍ ମଧ୍ୟ ଆସିଛି। ୧୬ ଜଣଙ୍କଠାରେ କରୋନାର ବିଶେଷ ଲକ୍ଷଣ ଦେଖିବାକୁ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.