ଭାରତରେ ୧୬.୭୩ କୋଟି ଲୋକ ନେଲେଣି ଭ୍ୟାକସିନ୍, ୧୮ ବର୍ଷରୁ ଉର୍ଦ୍ଧ୍ବ ୧୫ ଲକ୍ଷଙ୍କୁ ଦିଆଗଲାଣି ଟିକା

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮/୦୫ : ଭାରତରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର । ଅନ୍ୟ ଦେଶରୁ ମିଳୁଥିବା ସାହାଯ୍ୟକୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ରଣନୀତି ଦ୍ବାରା କାମ ଜାରି ରହିଛି । ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୧୬ କୋଟି ୭୩ ଲକ୍ଷ ୪୬ ହଜାର ୫୪୪ ଡୋଜ ଟିକା ଦିଆସରିଲାଣି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ମୁତାବକ, ବର୍ତ୍ତମାନ ଯାଏଁ ପ୍ରାୟ ୩.୪୨ କୋଟି ଲୋକଙ୍କୁ ଭ୍ୟାକସିନର ଦ୍ବିତୀୟ ଡୋଜ ଦିଆସରିଲାଣି । କେବଳ ଶୁକ୍ରବାର ଦିନ ଦେଶରେ ୨୨,୯୭,୨୫୭ ଡୋଜ ଭ୍ୟାକସିନ୍‌ ଦିଆଯାଇଛି ।

ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଟିକାକରଣକୁ ମିଶାଇ ଦେଶରେ ମୋଟ ୧୬.୭୩ କୋଟି ଡୋଜ ଦିଆସରିଛି । ୧୮ରୁ ୪୫ ବର୍ଷ ମଧ୍ୟରେ ମୋଟ ୧୪ ଲକ୍ଷ ୮୮ ହଜାର ୫୨୮ ଜଣଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ଦିଆସରିଛି ।

ସେହିଭଳି ଭାରତରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୫ ଲକ୍ଷ ୨୨ ହଜାର ୬୩୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆସରିଥିବା ବେଳେ ୬୪,୩୦,୨୭୭ ଜଣଙ୍କୁ ଦ୍ବିତୀୟ ଡୋଜ ଭ୍ୟାକସିନ୍‌ ଦିଆସରିଛି । ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ୧ କୋଟି ୩୮ ଲକ୍ଷ ୬୨ ହଜାର ୯୯୮ ଜଣଙ୍କୁ ପ୍ରଥମ ଡୋଜ ଏବଂ ୭୬ ଲକ୍ଷ ୪୬ ହଜାର ୬୩୪ ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.