Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଘରକୁ ଆସୁଥିଲା, ବାପା-ମା’ ନଥିଲାବେଳେ ବାରମ୍ବାର କରିଥିଲା ଦୁଷ୍କର୍ମ: ପୀଡିତା ଗର୍ଭବତୀ ହେବାପରେ ସାମ୍ନାକୁ ଆସିଲା ମାମଲା

16/09/2021 at 4:34 PM

ପାଲଘର ୧୬/୦୯ : ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ୧୫ ବର୍ଷୀୟ କିଶୋରୀ ଗର୍ଭବତୀ ହେବାପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଗୁରୁବାର ଦିନ ପୋଲିସ କହିଛି ଯେ ପଡିଶା ଘରେ ରହୁଥିବା ଜଣେ ଯୁବକ କିଶୋରୀଙ୍କ ସହ ଅନେକଥର ଦୁଷ୍କର୍ମ କରିଛି। ଅପରାଧ ଚଳିତ ବର୍ଷ ଜାନୁଆରୀରୁ ମେ’ ମାସ ମଧ୍ୟରେ ହୋଇଛି ବୋଲି ପୋଲିସ କହିଛି। ଅଭିଯୁକ୍ତ ୨୦ ବର୍ଷୀୟ ଯୁବକକୁ ବୁଧବାର ଦିନ ଗିରଫ କରାଯାଇଛି।

ପାଲଘର ଜିଲ୍ଲା ଗ୍ରାମୀଣ ନିୟନ୍ତ୍ରଣ କକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ ପୀଡିତା ନିକଟରେ ପେଟରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ତାଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲ ନିଆଯାଇଥିଲା। ଯାଞ୍ଚ ପରେ ଜଣାପଡିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ତାପରେ ପରିବାର ଲୋକେ ତାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ପୀଡିତା ଘରଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଘରଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ।

ବୁଧବାର ଦିନ ପୀଡିତାଙ୍କ ପରିବାର ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଯୁବକ ପୀଡିତାଙ୍କ ଘରକୁ ଯିବା ଆସିବା କରୁଥିଲା। ପୀଡିତାଙ୍କ ବାପା-ମା’ ଘରେ ନଥିବା ସମୟରେ ସେ ଏହି ଅପରାଧ କରିଛି ବୋଲି ଅଧିକାରୀ କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି ଓ ତା’ ବିରୋଧରେ ପୋକସୋ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

   Related Posts