ଗୋଟିଏ କୋଠରୀରେ ପାଠ ପଢ଼ୁଛନ୍ତି ୧୫୯ ଜଣ ଛାତ୍ରଛାତ୍ରୀ
16/08/2018 at 6:56 AM

ବରଗଡ଼୧୬/୮: ସଭିଏଁ ପଢିବେ ସଭିଏଁ ବଢିବେ ଏହି ଲକ୍ଷ୍ୟ ନେଇ ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗୁଣାତ୍ମକ ଶିକ୍ଷା ସହ ଉତ୍ତମ ଭିତ୍ତିଭୁମି ଉପରେ ଧ୍ୟାନ ଦେଉଛନ୍ତି ସରକାର। ହେଲେ ଏବେମଧ୍ୟ ଏମିତି କିଛି ସ୍କୁଲ ଅଛି, ଯେଉଁଠାରେ ଭଲ ଭାବରେ ସୁବିଧା ଯୋଇଗାଇ ପାରି ନାହାନ୍ତି ସରକାର । ଏପରି ଏକ ସ୍କୁଲ ହେଉଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ସାପଲହର ଗ୍ରାମର ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ । ଯେଉଠି ଭିତ୍ତିଭୂମୀର ଅଭାବ ଯୋଗୁଁ ଛାତ୍ରଛାତ୍ରୀ ବର୍ଷ। ଦିନେ ବହୁତଗୁଡିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ୧୫୯ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଗୋଟିଏ କୋଠରୀରେ ।
ମାଓବାଦୀ ପ୍ରଭାବ ବିସ୍ତାର କରୁଥିବା ଏବଂ ଆଦିବାସୀ ବହୁଳ ଅଞ୍ଚଳର ପାଇକମାଲ ବ୍ଲକର , ସାପଲହର ଗ୍ରାମର ଏହି ସ୍କୁଲ ନିର୍ମ।ଣ ହେଲାଣି ୧୯୮୦ ମସିହାରୁ ଏବଂ ଏଠାରେ ୧୫୯ ଜଣ ଛାତ୍ରଛାତ୍ରୀ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି।ହେଲେ ବର୍ଷ। ଦିନରେ ସମସ୍ତ ୧୫୯ ଜଣ ଛାତ୍ରଛାତ୍ରୀ ଗୋଟିଏ କୋଠରି ଭିତରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି ,ଯେଉଁଠାରେ ସେମାନେ ଭଲଭାବରେ ବସିବା ମଧ୍ୟ ସମ୍ଭବ ହେଉନାହଁ। ଟିକିଏ ବର୍ଷ। ହଲେ ନବନିର୍ମିତ ଗୋଟିଏ କୋଠରି ବ୍ୟତୀତ ଅନ୍ୟ ସମସ୍ତ କୋଠରିରେ ପାଣି ଝରିବା ଆରମ୍ଭ ହୋଇଯାଉଛି । ଏଣୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ ଯେଉଁ ଗୋଟାଏ ପକ୍କା କୋଠରି ଅଛିସେଠି ପାଠ ପଢୁଛନ୍ତି । ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ କୋଠରିରେ ପାଠ ପଢିବେ କେମିତି ଏବଂ ଶିକ୍ଷକ ପାଠ ପଢାଇବେ କେମିତି ତାହା ସହଜେ ଅନୁମେୟ। ଏହାସହ ଏହି ସ୍କୁଲର ଚାରି ପଟେ ବାଡ(କାନ୍ଥ) ଦିଆ ଯାଇ ନ ଥିବାରୁ ବର୍ଷ।ଜଳ ଏବଂ ସରିସୃପ ବର୍ଷ। ଦିନେ ସ୍କୁଲକୁ ପ୍ରବେଶ କରୁଛନ୍ତି ତେଣୁ ଛାତ୍ରଛାତ୍ରୀ ମାନେ ଅସୁରକ୍ଷିତ ଏବଂ ଭୟଭୀତ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି । ଏହା ସହିତ ସ୍କୁଲରେ ପାଣି ଜମି ଯାଉ ଥିବାରୁ ସ୍କୁଲ ନଳକୁପକୁ ପାଣି ପିଇବା ପାଇଁ ଏବଂ ଶୌଚାଳୟକୁ ଯିବା ପାଇଁ କାଦୁଅ ପାଣି ଭିତରେ ଯିବା ଆସିବାକୁ କରିବା ପଡୁଛି ଛାତ୍ରଛାତ୍ରୀ ମାନଙ୍କୁ । ଆହୁରି ମଧ୍ୟ ସ୍କୁଲର ମଧ୍ୟାନ୍ନ ଭୋଜନ ପାଇଁ ଆସୁଥିବା ଡାଲି ଚାଉଳକୁ ରଖିବା ପାଇଁ ସ୍କୁଲ କତୃପକ୍ଷ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।