ଭୁବନେଶ୍ୱରରୁ ଆଉ ୧୫୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଟପିଲା
27/07/2020 at 3:51 PM

ଭୁବନେଶ୍ୱର, ୨୭|୦୭ : ରାଜଧାନୀ ଭୁବନେଶ୍ୱରରୁ ଆଉ ୧୫୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୧ଟି ସ୍ଥାନୀୟ କେସ୍ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୮ଟି କେସ୍ ରହିଛି ।
Update on newly detected & cured #COVID19 cases in the last 24 hrs under the BMC area on 27th July 2020(till 9am).
— BMC (@bmcbbsr) July 27, 2020
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/0ztUmnt8Gu
ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୫୦ରେ ପହଁଚିଛି । ଏହାମଧ୍ୟରୁ ୧୦୧୧ଜଣ ସୁସ୍ଥ ହୋଇଥିବା ବେଳେ ୧୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୧୨୫ଟି ସକ୍ରିୟ କେସ୍ ରହିଛି ।
ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୦୨ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୦୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।