Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ ଆସିଲା ସୁସ୍ଥ ସଂଖ୍ୟା, କରୋନାରୁ ଆରୋଗ୍ୟ ହେଲେ ୧୫୫୦

16/08/2020 at 7:43 PM

ଭୁବନେଶ୍ଵର ୧୬।୦୮: ବିଶ୍ଵ ମହାମାରୀ କରୋନା ଓଡିଶାରେ ଦିନକୁ ଦିନ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମଣରେ ରେକର୍ଡ କରୁଛି କରୋନା ଭୂତାଣୁ। ଅନ୍ୟପଟେ ଯେଉଁ ପରିମାଣରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଭଳି ସୁସ୍ଥଙ୍କ ସଂଖ୍ୟା ମଧ୍ୟ  ବଢିବାରେ ଲାଗିଛି। ଆଜି ଗୋଟିଏ ଦିନରେ ସର୍ବକାଳୀନ ନୂତନ ଆକ୍ରାନ୍ତ ଚିହ୍ନଟ  ପରେ ଗତ ୨୪ ଘଣ୍ଟାରେ ୧୫୫୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୨୭୬କୁ ବୃଦ୍ଧି ଘଟିଛି। ଏଥିରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ବିଭାଗ ଅନୁଯାୟୀ ସୁସ୍ଥ ୧୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ସୁସ୍ଥ ହୋଇଛନ୍ତି। ୨୪୧ ସୁସ୍ଥ ସହିତ ଖୋର୍ଦ୍ଧା ଦ୍ଵିତୀୟରେ ରହିଛି। ସେହି ପରି ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ଵରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯ ଜଣ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

ସେହି ପରି କୋରାପୁଟ ଜିଲ୍ଲାରୁ ୪୧, ମୟୂରଭଞ୍ଜ ଜିଲ୍ଲାରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗିରରୁ ୨୬, ରାୟଗଡାରୁ ୨୦, ଜଗତସିଂହପୁରରୁ ୧୮, ଝାରସୁଗୁଡାରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡାରୁ ୧୬, କେନ୍ଦୁଝରରୁ ୧୬, ବୌଦ୍ଧରୁ ୧୫ ଆରୋଗ୍ୟଲାଭ କରିଛନ୍ତି। କଳାହାଣ୍ଡି, ନରବଙ୍ଗପୁର ଓ ନୂଆପଡାରୁ ୬ ଜଣ ଲେଖାଏଁ, ବରଗଡ ଓ ସୋନପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଓ ନୟାଗଡରୁ ୨ ଜଣ କରୋନା ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଯେତିକି ଟେଷ୍ଟିଂ ସଂଖ୍ୟା ବଢିବାରେ ଲାଗିଛି ସେହି ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୋ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏ ଦିନରେ ସର୍ବକାଳୀନ ୨୯୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୦୫୦ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟା ମିଶାଇ ଅଦ୍ୟାବଧି ୪୨,୨୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅଦ୍ୟାବଧି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ଘଟିଛି।

   Related Posts