ଟୋଲ୍ ଗେଟ୍ରେ ଚେକିଂ ବେଳେ ୧୫୫ କେଜି ଗଞ୍ଜେଇ ଜବତ, ୪ ଅଟକ
11/12/2020 at 5:24 PM

ସାଲେପୁର ୧୧।୧୨: ଲକ୍ଷ୍ୟାଧିକ ଟଙ୍କାର ଗଞ୍ଜେଇ ଜବତ। କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟରାଜପଥ ନିର୍ଗୁଣ୍ଡି ଟୋଲ ଗେଟ୍ରେ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ସ୍ପେସାଲ ସ୍କ୍ୱାର୍ଡ ଟୋଲ ଗେଟେରେ ଠାରେ ଚେକିଂ ସମୟରେ ଏକ ସ୍ଵିଫ୍ଟ ଡିଜିଆର ଗାଡିକୁ ଚେକିଂ କରିଥିଲେ। ଚେକିଂ ସମୟରେ ସେଥିରୁ ୧୫୫ କେଜି ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଗଞ୍ଜେଇ ଗଂଜାମରୁ ଟାଟା ଯାଉଥିଲା। ଏଥିସହ ଗାଡି ଓ ୪ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021