ଆକ୍ରାନ୍ତଙ୍କୁ ତାଳ ଦେଇ ବଢି ଚାଲିଛି ସୁସ୍ଥଙ୍କ ସଂଖ୍ୟା, ରାଜ୍ୟରେ ଆଜି ଆରୋଗ୍ୟ ହେଲେ ୧୫୪୩ ସଂକ୍ରମିତ

Published By : Prameya-News7 Bureau | August 09, 2020 IST

ଭୁବନେଶ୍ଵର ୦୯।୦୮: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ। ଜୁଲାଇ ମାସ ଅପେକ୍ଷା ଅଗଷ୍ଟ ମାସରେ କରୋନାର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଛି। ଆଶ୍ଵସ୍ତିକର କଥା ରାଜ୍ୟରେ ଦୈନିକ ଯେଉଁଭଳି ସଂଖ୍ୟାରେ ସଂକ୍ରମଣ ଚିହ୍ନଟ ହେଉଛନ୍ତି ତାକୁ ତାଳ ଦେଇ ଆରୋଗ୍ୟକାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୩୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ସମୟରେ ୧୫୪୩ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୧୭୮୪କୁ ବୃଦ୍ଧି ଘଟିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ଟ୍ଵିଟ୍‌ ଜରିଆରେ ଏହାର ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି।

wp:html /wp:html

ବିଭାଗ ଅନୁଯାୟୀ ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍ ୧୫୪୩ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୦୨ ଜଣ କୋଭିଡ୍-୧୯କୁ ମାତ୍‌ ଦେବାରେ ସଫଳ  ହୋଇଛନ୍ତି। ସେହି ପରି ଖୋର୍ଦ୍ଧା ଜିଲ୍ଲାରୁ ୨୧୦, କଟକରୁ ୧୩୧, କୋରାପୁଟରୁ ୧୨୮, ଗଜପତିରୁ ୧୧୧,  ବାଲେଶ୍ଵରରୁ ୮୩, ଯାଜପୁରରୁ ୫୮, ସମ୍ବଲପୁରରୁ ୪୯, ମାଲକାନଗିରିରୁ ୪୭, କନ୍ଧମାଳରୁ ୪୬, ରାୟଗଡାରୁ ୩୫, ନୟାଗଡରୁ ୩୩, ଭଦ୍ରକରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସେହି ପରି ଜଗତସିଂହପୁରରୁ ୨୭, କଳାହାଣ୍ଡିରୁ ୨୫, କେନ୍ଦୁଝରରୁ ୨୩, ଢେଙ୍କାନାଳରୁ ୨୧, ନବରଙ୍ଗପୁରରୁ ୧୫, ମୟୂରଭଞ୍ଜରୁ ୧୫, ପୁରୀରୁ ୧୪, ବଲାଙ୍ଗିରରୁ ୧୦, କେନ୍ଦ୍ରାପଡାରୁ ୧୦, ସୋନପୁରରୁ ୭, ଝାରସୁଗୁଡାରୁ ୫, ସୁନ୍ଦରଗଡରୁ ୪, ବରଗଡରୁ ୨ ଓ ଅନୁଗୁଳରୁ ୧ କୋଭିଡ୍-୧୯ ପଜିଟିଭ୍ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ୧୭୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ  ମୋଟ୍  କରୋନା  ସଂକ୍ରମିତଙ୍କ  ସଂଖ୍ୟା ୪୫୯୨୭ ରେ ପହଞ୍ଚିଛି । ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଅଦ୍ୟାବଧି ୩୧୭୮୪ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି। ସେହି ପରି ଗତ ୨୪ ଘଣ୍ଟାରେ  ୧୩ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.