Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କାର ବଜେଟ୍ ଅନୁମୋଦନ

17/11/2020 at 3:34 PM

ପୁରୀ ୧୭।୧୧: ଶ୍ରୀମନ୍ଦିର ପରିଚାଳନା ପାଇଁ ୧୫୪ କୋଟି ଟଙ୍କାର ବଜେଟ୍ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଅନୁମୋଦିତ ହୋଇଛି । ପରିଚାଳନା ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । କୋରୋନା ପାଇଁ ଖର୍ଚ୍ଚ ବଢ଼ିଯାଇଛି, ସେଥିପାଇଁ ଆୟ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି । ଶ୍ରୀମନ୍ଦିର ପାଇଁ ଅନ୍‌ଲାଇନ୍‌ ଡୋନେସନ ଆରମ୍ଭ କରାଯିବ । ଏଥିରେ ସମସ୍ତେ ଭାଗ ନେବାକୁ ମୁଖ୍ୟ ପ୍ରାଶାସକ ଅନୁରୋଧ କରିଛନ୍ତି ।

ମନ୍ଦିର ଖୋଲିବା ନେଇ ସକାରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଖୋଲାଯିବ । ନାଗାର୍ଜୁନ ବେଶ ନେଇ ବୈଠକରେ ଆଲୋଚନା ହୋଇଛି ।

ପୂର୍ବରୁ ଫାଇନାନ୍ସ ସବ୍ କମିଟି, ଲ୍ୟାଣ୍ଡ ସବ୍ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ୍ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟକୁ ନେଇ ସ୍ବତନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

   Related Posts