ଆଇପିଏଲ ୨୦୨୦ରେ ଆରମ୍ଭରୁ ଚାଲିଛି ଛକା ବର୍ଷା, ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା ମାରିଲେଣି ବ୍ୟାଟସମ୍ୟାନ୍

Published By : Prameya-News7 Bureau | September 29, 2020 IST

ଦୁବାଇ, ୨୯ ।୦୯:  ଚଳିତ ଆଇପିଏଲରେ ଦର୍ଶକଙ୍କୁ ଷ୍ଟାଡିୟମ ମନା କରାଯାଇଛି । କରୋନା କଟକଣା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ତେବେ ଦର୍ଶକମାନେ ଟିଭିରେ ଭରପୁର ଏହି ଫଟାଫଟ୍ କ୍ରିକେଟର ମଜା ଉଠାଉଛନ୍ତି । କାରଣ ପ୍ରତି ମ୍ୟାଚରେ ଛକା ଓ ଚଉକାର ବର୍ଷା ହେଉଛି । ଏପରିକି ଭାଷ୍ୟକାରମାନେ ମଧ୍ୟ ପଡିଆରେ ଛକା ବର୍ଷା ହେଉଥିବା କହୁଥିବାର ପ୍ରତି ଇନିଂସରେ ଦେଖିବାକୁ ମିଳୁଛି ।

କରୋନା ମହାମାରୀ ପାଇଁ ଚଳିତ ଆଇପିଏଲ-୨୦୨୦ ଦୁବାଇରେ ଖେଳାଯାଉଛି । ଦୁବାଇର ୩ଟି ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜିତ ହେଉଛି । ତେବେ ବିନା ଦର୍ଶକରେ ଏହି ମ୍ୟାଚ୍ ଖେଳାଯାଉଥିଲେ ମଧ୍ୟ ଟିଭିରେ ଏହାର ଆନନ୍ଦ ଉଠାଉଛନ୍ତି । ଦୁବାଇର ଅଧିକାଂଶ ଷ୍ଟାଡିୟମ ଛୋଟ ହୋଇଥିବାରୁ ଅଧିକ ଛକା ଲାଗୁଛି ।

ଶାରଜାହ ଷ୍ଟାଡିୟମ ଅନ୍ୟ ଷ୍ଟାଡିୟମ ତୁଳନାରେ ସାମାନ୍ୟ ଛୋଟ । ଏହାର ପିଚ୍ ମଧ୍ୟ ଫ୍ଲାଟ୍ । ଏହା ଏକ ବ୍ୟାଟିଂ ପିଚ୍ । ଏହି ଷ୍ଟାଡିୟମରେ ଏବେସୁଦ୍ଧା ମାତ୍ର ୨ଟି ମ୍ୟାଚ୍ ଖେଳାଯାଇଛି । କିନ୍ତୁ ୬୨ଟି ଛକା ଲାଗିଲାଣି ।

{"id":336162,"sizeSlug":"large"}

ଚଳିତ ଆଇପିଏଲରେ ଏବେସୁଦ୍ଧା ୧୦ଟି ମ୍ୟାଚ୍ ଖେଳାଯାଇଛି । ଏହି ୧୦ଟି ମ୍ୟାଚରେ ୧୫୩ଟି ଛକା ଲଗାଇଛନ୍ତି ବିଭିନ୍ନ ଦଳର ବ୍ୟାଟସମ୍ୟାନ୍ । ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ହିଁ ୯ଟି ଛକା ଲାଗିଥିଲା । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୧୨ଟି, ହାଇଦ୍ରାବଦ ଓ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୭ଟି, ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ମ୍ୟାଚରେ ୩୩ଟି, କୋଲକାତା ଓ ମୁମ୍ବାଇ ମ୍ୟାଚରେ ୧୬ଟି ଛକା ଲାଗିଥିଲା ।

ସେହିପରି ଚେନ୍ନାଇ ଓ ଦିଲ୍ଲୀ ମ୍ୟାଚରେ ୩ଟି, ହାଇଦ୍ରାବାଦ ଓ କୋଲକାତା ମ୍ୟାଚରେ ୮ଟି, ରାଜସ୍ଥାନ ବନାମ ପଞ୍ଜାବ ମ୍ୟାଚରେ ୨୯ ଓ ଆରସିବି ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୨୬ଟି ଛକା ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.