ଭଲ ଖବର: କରୋନାରୁ ସୁସ୍ଥ ହେଲେ ଆଉ ୧୫୩ ଜଣ, ଏବେ ଯାଏଁ ଭଲ ହେଲେଣି ୩୨୦୦

Published By : Prameya-News7 Bureau | June 19, 2020 IST

ଭୁବନେଶ୍ୱର, ୧୯|୦୬:  ଶୁକ୍ରବାର ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି ।

wp:html /wp:html

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଚକର ୪୩, ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୋର୍ଧାର ୧୨, ଭଦ୍ରକର ୧୧ ଓ ଗଜପତିର ୯ ଜଣ ରହିଛନ୍ତି  । ସେହିପରି କଳାହାଣ୍ଡିର ୭, ବାଲେଶ୍ୱର, ଦେବଗଡ, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡର ୫ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି । ଏତତ୍ ବ୍ୟତୀତ ବଲାଙ୍ଗୀର, ଝାରସୁଗୁଡା ଓ ନୟାଗଡର ୨ ଜଣ ଲେଖାଏଁ ଓ କୋରାପୁଟର ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

wp:html /wp:html

ସୂଚନାଯୋଗ୍ୟ, ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଶୁକ୍ରବାର ଆଉ ୧୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.