୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୫୨୧ ସଂକ୍ରମିତ, ତଥାପି ଡରାଉଛି ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | November 09, 2020 IST

ଭୁବନେଶ୍ଵର ୦୯।୧୧: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏ ବିପଦ ଟଳିନି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ମୃତ୍ୟୁ ସଂଖ୍ୟା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।  ଆଶ୍ଵସ୍ତିକର କଥା ସୁସ୍ଥ ସଂଖ୍ୟା ସଂକ୍ରମିତଙ୍କଠୁ ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ୧୫୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨, ୮୯, ୬୮୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୋମବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୧୨୪, କଟକ  ଜିଲ୍ଲାରୁ ୧୧୪, ଅନୁଗୁଳରୁ ୧୦୮, ମୟୂରଭଞ୍ଜରୁ ୯୫, ଜଗତିସଂହପୁରରୁ ୯୦,  ନୂଆପଡାରୁ ୮୧, କେନ୍ଦ୍ରାପଡାରୁ ୭୨, ଢେଙ୍କାନାଳରୁ ୬୮, ପୁରୀରୁ ୬୩, ବରଗଡରୁ ୬୧, ବାଲେଶ୍ଵରରୁ ୫୯, ବଲାଙ୍ଗୀରରୁ ୫୫, ନୟାଗଡରୁ ୪୯, ଯାଜପୁରରୁ ୩୮, କେନ୍ଦୁଝରରୁ ୩୩, ସମ୍ବଲପୁରରୁ ୩୩ ରୋଗୀ ଆରୋଗ୍ୟ  ଲାଭ କରିଛନ୍ତି।

wp:html /wp:html

ଏହି ପରି କଳାହାଣ୍ଡି ଜିଲ୍ଲାରୁ ୩୧, ମାଲକାନଗିରିରୁ ୨୯, ସୋନପୁରରୁ ୨୩, ନବରଙ୍ଗପୁରରୁ ୨୦, କୋରାପୁଟରୁ ୧୯, ଗଞ୍ଜାମରୁ ୧୮, ଝାରସୁଗୁଡାରୁ ୧୭, ରାୟଗଡାରୁ ୧୩, କନ୍ଧମାଳରୁ ୧୧, ଭଦ୍ରକରୁ ୧୦, ଦେବଗଡରୁ ୪ ଓ ଗଜପତିରୁ ୩ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୨୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ଟପି ୩,୦୨,୧୪୦କୁ ବୃଦ୍ଧି ଘଟିଛି। ଅନ୍ୟପଟେ ଦୈନିକ ମୃତ୍ୟୁ ସଂଖ୍ୟା ସଭିଙ୍କୁ ଡରାଉଛି। ଆଜି ଆଉ ୧୬ ଜଣ କରୋନାରେ ଆଖି ବୁଜିଛନ୍ତି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪ ଶହ ଟପି ୧୪୪୧ରେ ପହଞ୍ଚିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.