ଖସୁଛି କରୋନା ଗ୍ରାଫ, ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୧୫୦୪ ସଂକ୍ରମିତ

Published By : Prameya-News7 Bureau | November 13, 2020 IST

ଭୁବନେଶ୍ଵର ୧୩।୧୧: ରାଜ୍ୟରେ କରୋନା ଭାଇରସ୍‌ର ପ୍ରକୋପ ନିୟନ୍ତ୍ରଣକୁ ଆସୁଥିବା ଦେଖିବାକୁ ମିଳିଛି। ଗତ ଏକ ମାସରୁ ଅଧିକ ସମୟ ହେବ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ରୁ କମ ରହୁଛି। ନଭେମ୍ଵର ମାସରେ ଏହି ସଂଖ୍ୟା ୧୫୦୦ରୁ କମ ରହିଛି। ସେପଟେ ସୁସ୍ଥ ସଂଖ୍ୟା ବଢିବାରୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଚାଲିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫୦୪ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା  ୨,୯୫, ୨୪୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶୁକବ୍ରାର ଟ୍ଵିଟ୍ କରି ଏହି ସୂଚନା ଦେଇଛି।

wp:html /wp:html

ବିଭାଗ ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୩୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ମୟୂରଭଞ୍ଜରୁ ୯୩, ଅନୁଗୁଳରୁ ୭୬, ନୂଆପଡାରୁ ୭୬, ବଲାଙ୍ଗୀରରୁ ୭୫, ପୁରୀରୁ ୭୨, ବରଗଡରୁ ୬୮, ମାଲକାନଗିରିରୁ ୬୦, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୭, ଝାରସୁଗୁଡାରୁ ୫୩,  କେନ୍ଦୁଝରରୁ ୪୪ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

wp:html /wp:html

ସେହିପରି କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୭, ନୟାଗଡରୁ ୩୬, ବାଲେଶ୍ଵରରୁ ୩୫, ଢେଙ୍କାନାଳରୁ ୩୪, ଯାଜପୁରରୁ ୩୪, ଭଦ୍ରକରୁ ୩୧, କୋରାପୁଟରୁ ୨୮, ସୋନପୁରରୁ ୧୮, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୬, ରାୟଗଡରୁ ୬, ଗଜପତିରୁ ୫ ଓ ବୌଦ୍ଧରୁ ୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୦୦୪କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୪୯୫ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.