କ୍ୱାରେଣ୍ଟାଇନରେ ହସ୍ପିଟାଲର ୧୫୦ରୁ ଅଧିକ କର୍ମଚାରୀ, ବଢିଲା କରୋନା ସଂକ୍ରମଣ ଭୟ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ, ୧୩|୦୪:  ଦିଲ୍ଲୀର ସାକେତରେ ଥିବା ମ୍ୟାକ୍ସ୍ ହସ୍ପିଟାଲର ୧୫୦ରୁ ଅଧିକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହି ସମସ୍ତ କର୍ମଚାରୀ ୨ଜଣ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ତେବେ ୨ଜଣ ସଂକ୍ରମିତ ହୃଦୟଜନିତ ରୋଗ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେମାନଙ୍କ ସ୍ୱାବ ଓ ରକ୍ତ ନମୂନ ପରୀକ୍ଷଣ ପରେ କରୋନା ପଜିଟିଭ୍ ଆସିଥିଲା । ଏହି ଦ୍ୱୟଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯାଉଛି । ସଂକ୍ରମଣ ରୋକିବା ପାଇଁ ୧୫୦ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ସେମାନଙ୍କ ଟେଷ୍ଟ୍ ହେବ ବୋଲି ମଧ୍ୟ ସୂଚନା ମିଳିଛି ।

{"id":253308,"width":753,"height":423,"sizeSlug":"large"}

ହସ୍ପିଟାଲକୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାସହ ୧୫୦ଜଣ କର୍ମଚାରୀଙ୍କ ମଧ୍ୟରୁ ୩୯ ଜଣଙ୍କୁ ମେଡିକାଲର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.