ପୁଣି ଭୁବନେଶ୍ବର ଅଭିମୁଖେ ପଦଯାତ୍ରାରେ ୧୫୦ ଛାତ୍ରଛାତ୍ରୀ, ୩ ଛାତ୍ରୀ ଅସୁସ୍ଥ

Published By : Prameya-News7 Bureau | November 26, 2019 IST

ବାରିପଦା ୨୬।୧୧ : ପୁଣି ଚାଲିଲେ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ସମନ୍ବିତ ବି.ଇଡି ଏବଂ ଏମ.ଇଡି ଛାତ୍ରଛାତ୍ରୀ । ଶିକ୍ଷକ ଓ ଶିକ୍ଷାଗତ ଯୋଗ୍ୟତା ପରୀକ୍ଷାରୁ ବଞ୍ଚିତ ହୋଇଥିବାରୁ ଗତ ୫ ତାରିଖରେ ଆରମ୍ଭ ହୋଇଥିଲା ବିରୋଧ ଏବଂ ଭୁବନେଶ୍ବରକୁ ପଦଯାତ୍ରା । ହେଲେ ଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପେରେ ଏହା ସ୍ଥଗିତ ରହିଥିବାବେଳେ ଆଜି ଏହାର ୨୦ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ପୁଣି ଭୁବନେଶ୍ବର ଅଭିମୁଖେ ପଦଯାତ୍ରାରେ ପ୍ରାୟ ୧୫୦ ଛାତ୍ରଛାତ୍ରୀ ବାହାରିଛନ୍ତି ।

{"id":190223,"sizeSlug":"large"}

ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଛାତ୍ରଛାତ୍ରୀମାନେ ଚଳିତ ମାସ ୫ ତାରିଖରେ ପଦଯାତ୍ରା ସ୍ଥଗିତ ରଖିଥିଲେ । ମାତ୍ର ୨୦ ଦିନ ବିତି ଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ତେଣୁ ପୁନର୍ବାର ଆଜି ଛାତ୍ରଛାତ୍ରୀ ସ୍ଥଗିତ ରଖିଥିବା ପଦଯାତ୍ରାକୁ ପୁଣି ଆରମ୍ଭ କରିଛନ୍ତି । ସେମାନେ ଭୁବନେଶ୍ବର ଯାଇ ରାଜ୍ୟପାଳଙ୍କୁ ଭେଟି ନିଜ ଦାବି ରଖିବେ ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ।

{"id":190224,"sizeSlug":"large"}

ସେପଟେ ଏନ.ଓ.ଇୟୁ ର ଛାତ୍ରଛାତ୍ରୀ ରାଜ୍ୟପାଳଙ୍କୁ ଭେଟିବାକୁ ବାହାରିଥିବା ବେଳେ ରାଜ୍ୟପାଳ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ରାଜ୍ୟପାଳଙ୍କୁ ଭେଟିବାର କୌଣସି ବ୍ୟବସ୍ଥା କରିନାହାନ୍ତି । ପଦଯାତ୍ରା ବେଳେ ବେତନଟୀ ପହଞ୍ଚିବା ଆଗରୁ ୩ ଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ମାତ୍ର ସେମାନଙ୍କୁ ଡାକ୍ତରଖାନା ନେବାଲାଗି ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିନାହାନ୍ତି ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.