Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

୧୫୦କଇଁଛ ଉଦ୍ଧାର କଲେ ବନ କର୍ମଚାରୀ, ବାଇକ୍ ଛାଡି ୨ ବେପାରୀ ଫେରାର

4/06/2021 at 10:40 AM

ମାଲକାନଗିରି ୪।୬: ବନ କର୍ମଚାରୀଙ୍କ ଦ୍ବାରା ୧୫୦ କଇଁଛ ଉଦ୍ଧାର । ଗୁରୁବାର ଅପରାହ୍ନରେ କାଲିମେଳା ବନ କର୍ମଚାରୀ ଏହାକୁ ଉଦ୍ଧାର କରିଛନ୍ତି । କଇଁଛ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ମୋଟର ସାଇକଲକୁ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, କାଲିମେଳା ଅଞ୍ଚଳର କେତେକ କଇଁଛ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରୟ କରିଥାନ୍ତି । ସେମାନଙ୍କୁ ଧରିବା ପାଇଁ କାଲିମେଳା ବନ କର୍ମଚାରୀମାନେ ଜାଲ ବିଛାଇ ଥିଲେ । ଗୁରୁବାର  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଗଲ ପଞ୍ଚାୟତ ଏମପିଭି-୬୫ ଗ୍ରାମକୁ ଯାଇଥିବା ବେଳେ ଫରେଷ୍ଟ ଗାଡି ଦେଖି ୨ ଜଣ କଇଁଛ ବ୍ୟବସାୟୀ ୨ଟି ମୋଟର ସାଇକେଲ ଛାଡି ଜଙ୍ଗଲକୁ ପଳାଇଥିଲେ । ଅଭିଯୁକ୍ତକୁ ଧରିବାରେ ବନ କର୍ମଚାରୀମାନେ ବିଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ମୋଟର ସାଇକେଲ ନଂ ଓଆର୩୦-୦୨୦୭ ଏବଂ ନଂ  ଓଏପି୧୫-୫୨୪୧କୁ ଜବତ କରିବା ସହ ୧୫୦ ଗୋଟି କଇଁଛକୁ ଉଦ୍ଧାର କରିଛି । ଏ ସଂପର୍କରେ କାଲିମେଳା ରେଞ୍ଜ କେଶ ନଂ ୩୮/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

   Related Posts