ପୋଲିସ ଅଧିକାରୀଙ୍କ ରଥଯାତ୍ରା ସମନ୍ବୟ ବୈଠକ : ମୁତୟନ ହେବେ ୧୫୦ ପ୍ଲାଟୁନ ଫୋର୍ସ ସହ ସିଆରପିଏଫ, ଆରପିଏଫ୍, ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲରୁମ୍ ମାଧ୍ୟମରେ ନିୟନ୍ତ୍ରଣ ହେବ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | June 30, 2019 IST

ପୁରୀ ୩୦।୬: ୩ ଦିନ ପରେ ବିଶ୍ବପ୍ରସିଦ୍ଧ ଘେ।ଷଯାତ୍ରା । ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ରାଜ୍ୟ ପେ।ଲିସ ବି ତୟାର । ଆଜି ପେ।ଲିସ ଡ଼ିଜି ଆର. ପି ଶର୍ମା, ରାଜ୍ୟର ସବୁଠାରୁ ବଡ଼ ବନ୍ଦେ।ବସ୍ତର ସମୀକ୍ଷା କରିଛନ୍ତି ।

{"id":129125}

ଚଳିତ ବର୍ଷ ଟ୍ରାଫିକ ନିୟନ୍ତ୍ରଣ, କର୍ଡ଼ନ୍, ଭିଆଇପି ସିକ୍ୟୁରିଟି ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବନ୍ଦେ।ବସ୍ତ କରାଯାଇଛି । ୧୫୦ରୁ ଅଧିକ ପ୍ଲାଟୁନ୍ ଫେ।ର୍ସ ସହ ସିଆରପିଏଫ, ଆର.ଏ.ଏଫ ଭଳି କେନ୍ଦ୍ରୀୟ ଫେ।ର୍ସ ମୃତୟନ କରାଯିବ । ସଂପୁର୍ଣ୍ଣ ରଥଯାତ୍ରାକୁ ସିସିଟିଭି ଓ ଇଣ୍ଟିଗ୍ରେଟେଡ଼୍ କଣ୍ଟ୍ରେ।ଲ ରୁମ୍ ମାଧ୍ୟମରେ ନିୟନ୍ତ୍ରଣ କରାଯିବ ।

{"id":129126}

ସେହିଭଳି ପୁରୀ ଆକାଶରେ ନେ। ଫ୍ଲାଇଂ ଅବଜେକ୍ଟ ପାଇଁ କେନ୍ଦ୍ରର ଅନୁମତି ମଗାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମେ।ବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ଗହଳି ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍ ପେ।ଲିସ ଫେ।ର୍ସ ମୃତୟନ କରାଯିବ । ବୈଠକରେ ଅତିରିକ୍ତ ଡ଼ିଜି ସଂଜୀବ ପଣ୍ତା, ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ ରାଏ, ପ୍ରାଣବନ୍ଧୁ ଆଚାର୍ଯ୍ୟ, ଅରୁଣ ବେ।ଥ୍ରା, ଅମିତାଭ ଠାକୁରଙ୍କ ସମେତ ୧୨ ଜଣ ବରିଷ୍ଠ ଆଇପିଏସ ଅଧିକାରୀ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.