ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୧୫୦ରୁ ଅଧିକ ପ୍ଲାଟୁନ୍ ଫେ।ର୍ସ ମୁତୟନ
3/07/2019 at 3:42 PM

ପୁରୀ ୩|୭: ରଥଯାତ୍ରା ପାଇଁ ଟ୍ରାଫିକ ନିୟନ୍ତ୍ରଣ, କର୍ଡ଼ନ୍, ଭିଆଇପି ସିକ୍ୟୁରିଟି ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବନ୍ଦେ।ବସ୍ତ କରାଯାଇଛି । ଯାନବାହନ ଚଳାଚଳର ଗତିପଥ ପରିବର୍ତ୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ୩୧୬ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଆନ୍ତରାଜ୍ୟ ସଂରକ୍ଷିତ ବସଗୁଡ଼ିକ ପାଇଁ ମାଳତୀପାଟପୁର ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେଠାରୁ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ୨୦ଟି ଟାଉନ ବସ୍ ଓ ସିଟି ବସ୍ ର ବ୍ୟବସ୍ଥା କରାଯାଇଛି ।
ସେହିପରି କୋଣାର୍କ ଆଡ଼ୁ ଆସୁଥିବା ଟୁରିଷ୍ଟ ଗାଡ଼ିଗୁଡ଼ିକ ପାଇଁ ଗ୍ରୀଡ଼ ଷ୍ଟେସନଠାରେ ଥିବା ଉଦ୍ୟାନ କୃଷିଫାର୍ମରେ ପାର୍କିଂ କରାଯିବ । ଫେରିବା ସମୟରେ ବାଲିଘାଟ ଛକ ଓ ହରେକୃଷ୍ଣପୁର ଛକ ଦେଇ ରାଜପଥ ଯିବାର ବ୍ୟବସ୍ଥା କରାଯାଇଛି । ତେବେ କୋଣାର୍କରୁ ପୁରୀ ଆସୁଥିବା ଯାତ୍ରୀବାହୀ ବସଗୁଡ଼ିକ ତାଳବଣିଆ ପାର୍କିଂସ୍ଥଳରେ ରହିବେ ।
ଭୁବନେଶ୍ବରରୁ ପୁରୀ ଆସୁଥିବା ନିୟମିତ ବସ୍ ଗୁଡ଼ିକ ମାଳତୀପାଟପୁରଠାରୁ ଆର୍ ଓବି ଦେଇ ତାଳବଣିଆ ନୂତନ ପାର୍କିଂସ୍ଥଳକୁ ଆସିବ । ଫେରିବା ବେଳେ ଗ୍ରୀଡ଼ ଷ୍ଟେସନ ଛକ, ବାଲିଘାଟ ଛକ, ସମଙ୍ଗରା, ବୀରହରେକୃଷ୍ଣପୁର ଦେଇ ଜାତୀୟ ରାଜପଥକୁ ବାହାରି ଗନ୍ତବ୍ୟସ୍ଥଳ ଅଭିମୁଖେ ଯିବେ । ବ୍ରହ୍ମଗିରିରୁ ପୁରୀ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡ଼ିକ ମଙ୍ଗଳାଘାଟ ଛକ ନିକଟରେ ଥିବା ଫ୍ଲୋରିସ୍ ଇଣ୍ଡିଆ ପାର୍କିଂସ୍ଥଳରେ ପାର୍କିଂ କରିବେ । ପରେ ସେହି ରାସ୍ତାରେ ଫେରିବେ ।
ଭିଭିଆଇପିଙ୍କୁ ଆଣିଥିବା ଏସ୍କଟ ଗାଡ଼ିଗୁଡ଼ିକ ଲୋକନାଥ ରୋଡ୍ ଦେଇ ଗଦାଧର ପଡ଼ିଆ ପାଖରେ ରଖାଯିବ । ବଡ଼ଦାଣ୍ଡ ସଂଲଗ୍ନ ରାସ୍ତା ଉପରେ ବି ଯାତାୟତ କଟକଣା ଲାଗୁ ହୋଇଛି । ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ସକାଳ ୬ଟା ପରେ ବଡ଼ଦାଣ୍ଡକୁ ଛଡ଼ା ଯିବ ନାହିଁ । ଚଳିତ ବର୍ଷ ୧୫୦ରୁ ଅଧିକ ପ୍ଲାଟୁନ୍ ଫେ।ର୍ସ ସହ ସିଆରପିଏଫ, ଆରଏଏଫ ଭଳି କେନ୍ଦ୍ରୀୟ ଫେ।ର୍ସ ମୁତୟନ କରାଯିବ । ସଂପୂର୍ଣ୍ଣ ରଥଯାତ୍ରାକୁ ସିସିଟିଭି ଓ ଇଣ୍ଟିଗ୍ରେଟେଡ଼୍ କଣ୍ଟ୍ରେ।ଲ ରୁମ୍ ମାଧ୍ୟମରେ ନିୟନ୍ତ୍ରଣ କରାଯିବ । ସେହିଭଳି ପୁରୀ ଆକାଶରେ ନେ। ଫ୍ଲାଇଂ ଅବଜେକ୍ଟ ପାଇଁ କେନ୍ଦ୍ରର ଅନୁମତି ମଗାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମେ।ବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍ ପେ।ଲିସ ଫେ।ର୍ସ ମୃତୟନ କରାଯିବ ।