Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମଝି ନଦୀରେ ବନ୍ଦ ହୋଇଗଲା ଡଙ୍ଗା ଇଞ୍ଜିନ: ପାଣିର ପ୍ରଖର ସ୍ରୋତରେ ଭାସିଗଲା ୩ କିଲୋମିଟର, ଡଙ୍ଗାରେ ଥିଲେ ୧୫୦ ଲୋକ, ତାପରେ…

18/06/2021 at 5:05 PM

କୁଶୀନଗର ୧୮/୦୬ : ଉତ୍ତର ପ୍ରଦେଶ କୁଶିନଗରରେ ବନ୍ୟା ହେତୁ ନାରାୟଣୀ ନଦୀରେ ହଠାତ୍ ଏକ ଡଙ୍ଗାର ଇଞ୍ଜିନ ବନ୍ଦ ହୋଇଯାଇଥିଲା । ଏହି ଡଙ୍ଗାରେ ଥିବା ପ୍ରାୟ ଦେଢ଼ଶହରୁ ଅଧିକ ଯାତ୍ରୀ ଭୟରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ନିକଟସ୍ଥ ଗ୍ରାମବାସୀ ଏବଂ ପ୍ରଶାସନ ଦଳ ଆସି ଛୋଟ ଡଙ୍ଗାରେ ଲୋକଙ୍କୁ ଉଦ୍ଧାର କରିଥିଲେ। ରାତିସାରା ଚାଲିଥିବା ଏହି ଉଦ୍ଧାର କାର୍ଯ୍ୟରେ ସକାଳ ସାତଟା ସୁଦ୍ଧା ଡଙ୍ଗାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ଘରକୁ ପଠାଯାଇଥିଲା।

ସୂଚନା ଅନୁଯାୟୀ, ମଝି ସ୍ରୋତରେ ଅଟକି ରହିଥିବା ଡଙ୍ଗା ପ୍ରାୟ ତିନି କିଲୋମିଟର ପାଣି ସ୍ରୋତରେ ଭାସି ଅମ୍ୱା ଦିଗର ଯାଏଁ ପହଞ୍ଚି ଯାଇଥିଲା। ଡଙ୍ଗାରେ ଥିବା ଲୋକମାନେ ଭୟରେ ଚିତ୍କାର କରୁଥିଲେ। ଲୋକଙ୍କ କୋଳାହଳ ଶୁଣି ନିକଟରୁ ଆସିଥିବା ଲୋକମାନେ ଛୋଟ ଡଙ୍ଗା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଗ୍ରାମବାସୀ ଅନେକ ଲୋକଙ୍କୁ ଉଦ୍ଧାର କରିଥିଲେ। ଇତି ମଧ୍ୟରେ କେହି ପ୍ରଶାସନକୁ ସୂଚନା ଦେଇଥିଲେ। ସୂଚନା ପାଇ ରିଲିଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲ୍ଲା ଅଧିକାରୀ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।ସକାଳ ୭ଟା ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଗ୍ରାମବାସୀ କହିଛନ୍ତି ଯେ ଏହି ଡଙ୍ଗା ସନ୍ଧ୍ୟାରେ ତାମ୍କୁହି ତହସିଲର ବାରୱା ପଟି ଘାଟରୁ ପ୍ରାୟ ୧୫୦ ଜଣଙ୍କୁ ନେଇ ନାରାୟଣ ନଦୀ ପାର ହେଉଥିଲା। ଡିଜେଲ ପାଇପ୍ ଫାଟିଯିବା ରୁ ଡିଜେଲ ନଦୀରେ ବୋହି ଯାଇଥିଲା। ଏହାପରେ ନଦୀ ସ୍ରୋତରେ ଡଙ୍ଗା ଇଞ୍ଜିନ ବନ୍ଦ ହୋଇଯାଇଥିଲା ଓ ଡଙ୍ଗା ଫସି ଯାଇଥିଲା। ଏହାପରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗା ମନକୁ ଭାସିବାକୁ ଲାଗିଥିଲା। ପ୍ରାୟ ତିନି କିଲୋମିଟର ଭାସି ଡଙ୍ଗା ଅମ୍ୱା ଦିଗର ଘାଟରେ ପହଞ୍ଚିଲା।ଗ୍ରାମବାସୀଙ୍କ କହିବାନୁସାରେ, ଡଙ୍ଗାରେ ଥିବା ଲୋକେ ନଦୀ ଆରପାରିରେ ଥିବା ନିଜ କ୍ଷେତରେ କାମ କରି ଫେରୁଥିଲେ। ସେମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଥିଲେ। ତେବେ ଡଙ୍ଗା ଫସିବା ଘଟଣାରେ ଏପର୍ଯ୍ୟନ୍ତ କାହାର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।

   Related Posts