ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | October 26, 2020 IST

ପଟ୍ଟାମୁଣ୍ଡାଇ ୨୬।୧୦: ପୂଜା ଭୋଗ ଖାଇ ୧୫୦ ଅସୁସ୍ଥ । କେନ୍ଦ୍ରାପଡା ଜିଲ୍ଲା ରାଜନଗର କୃଷ୍ଣନଗର ପଞ୍ଚାୟତ ପିନ୍ଛାପାଟିଆ ଗାଁରେ ଘଟିଛି ଏଭଳି ଘଟଣା । ଅସୁସ୍ଥଙ୍କ ମଧ୍ୟରୁ ୩୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ଟିମ୍‌ ସହାୟତାରେ ଅନ୍ୟମାନଙ୍କୁ ଗାଁ ସ୍କୁଲରେ ଚିକିତ୍ସା କରାଯାଉଛି । ରବିବାର ଗାଁରେ ଦୁର୍ଗାପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.