Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦେଶର ୧୫୦ ଜିଲ୍ଲାରେ ହୋଇପାରେ ଲକଡାଉନ୍ : ସଂକ୍ରମଣ ରୋକିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପରାମର୍ଶ

28/04/2021 at 1:18 PM

ନୂଆଦିଲ୍ଲୀ ୨୮/୪ : ସଂକ୍ରମଣର ଲାଗିପାରୁନି ବ୍ରେକ୍ । ଦେଶରେ ପରିସ୍ଥିତି ବର୍ତ୍ତମାନ ବିପଦ ସୃଷ୍ଟି କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରାୟ ୧୫୦ ଜିଲ୍ଲାରେ ଲକଡାଉନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସବୁ ରାଜ୍ୟର ସରକାରଙ୍କ ସହ ଆଲୋଚନା ପରେ ନିଆଯାଇପାରେ ନିଷ୍ପତ୍ତି । ମଙ୍ଗଳବାର ବସିଥିବା ବୈଠକରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ପ୍ରସ୍ତାବ ରଖାଯାଇଥିଲା । ଦେଶରେ ଏବେ ସଂକ୍ରମଣର ମାତ୍ରାରେ ବ୍ରେକ୍ ଲଗାଇବା ଜରୁରୀ ହୋଇପଡିଛି । ବିଭାଗ ତରଫରୁ କୁହାଯାଇଛି ଯେ, ୧୫୦ ଜିଲ୍ଲାରେ ସଂକ୍ରମଣର ମାତ୍ରା ଅଧିକ ରହିଛି । ଜରୁରୀ ସେବାକୁ ଛାଡି ବର୍ତ୍ତମାନ ଲକଡାଉନ ଏକମାତ୍ର ବିକଳ୍ପ ବୋଲି କୁହାଯାଇଛି ।

ନଚେତେ ଆଗକୁ ସ୍ୱାସ୍ଥ୍ୟ ସେବା ବିଗିଡିବାର ସମ୍ଭାବନା ଅଧିକ ରହିଛି । ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଛତିଶଗଡ ସମେତ ୮ଟି ରାଜ୍ୟରେ ସଂକ୍ରମଣ ମାମଲା ୬୯ ପ୍ରତିଶତ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ସାରା ଦେଶରେ ଲକଡାଉନ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଏସବୁ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟର ରହିଛି ବୋଲି ସେ କହିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ ବର୍ତ୍ତମାନ ସରକାର ଅମ୍ଳଜାନ, ଚିକା, ହସ୍ପିଟାଲରେ ବେଡକୁ ପର୍ଯ୍ୟପ୍ତ ପରିମାଣରେ ରଖିବାକୁ ଚେଷ୍ଟା କରୁଛନ୍ତି । ସେ କହିଥିଲେ ସମସ୍ତେ ଏକାଠି ହୋଇ ସଚେତନ ରହିଲେ ଆମେ ତାଲାବନ୍ଦ ଭଳି ପରିସ୍ଥିତିକୁ ଏଡାଇଦେଇପାରିବା । ମୁଁ ରାଜ୍ୟମାନଙ୍କୁ ନିବେଦନ କରୁଛି ଶେଷ ଅସ୍ତ୍ର ଭଳି ଲକଡାଉନର ବ୍ୟବହାର କରନ୍ତୁ କିନ୍ତୁ ଆମର ଫୋକସରେ ରହିିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ।

   Related Posts