ଅପରାଧ ଶାଖାର ଅନୁସନ୍ଧାନରୁ ଖୁଲାସା : ୧୫୦ରୁ ଅଧିକ ଦେଶରୁ ମରକଜକୁ ଆସିଥାଏ ଅର୍ଥ
21/04/2020 at 2:41 PM

ନୂଆଦିଲ୍ଲୀ ୨୧/୦୪ : ଅପରାଧ ଶାଖାର ଯାଞ୍ଚରୁ ଏକ ସମ୍ବେଦନଶୀଳ ତଥ୍ୟର ଖୁଲାସା ହୋଇଛି | ଦିଲ୍ଲୀ ପୋଲିସର ଅପରାଧ ଶାଖାର ଯାଞ୍ଚରୁ ଜଣାପଡିଛି ଯେ ମର୍କଜରୁ ଲୋକେ ବିଦେଶ ଯାଉଥିଲେ | ଏମାନଙ୍କ ଉଦ୍ଦେଶ୍ୟ ଧର୍ମ ପ୍ରଚାର ନୁହେଁ ବରଂ ବିଦେଶରୁ ଟଙ୍କା ଆଣିବା | ଅନେକ ଦେଶର ରାଷ୍ଟ୍ରଧ୍ୟକ୍ଷ ମଧ୍ୟ ଏମାନଙ୍କୁ ଟଙ୍କା ଦେଉଥିବା ପ୍ରମାଣ ମିଳିଛି | ମର୍କଜ ଲୋକ ଚୀନ ଯାଇଥିବା ମଧ୍ୟ ଜଣାପଡିଛି | ଚୀନରୁ ମଧ୍ୟ ଅନେକ ଲୋକ ମର୍କଜ ଆସିଥିଲେ |
ଅପରାଧ ଶାଖାର ପୋଲିସ ମୁଖ୍ୟାଳୟର ଅଧିକାରୀ କହିଛନ୍ତି ଯେ ମର୍କଜରୁ ୧୫୦ରୁ ଅଧିକ ଦେଶ ଯାଉଥିବା ସାମ୍ନାକୁ ଆସିଛି | ମର୍କଜ ସହ ଜଡିତ ଲୋକଙ୍କୁ ଧର୍ମ ପ୍ରଚାର ପାଇଁ ଅଲଗା ଦେଶକୁ ପଠାଯାଉଥିବା କହାଯାଉଥିଲା କିନ୍ତୁ ଅସଲରେ ସେମାନଙ୍କୁ ଟଙ୍କା ଆଦାୟ ପାଇଁ ପଠା ଯାଉଥିଲା | ଧର୍ମ ପ୍ରଚାର ନାଁରେ ବିଦେଶରୁ ଅର୍ଥ ସଂଗ୍ରହ କରାଯାଉଥିଲା | ମର୍କଜରୁ ଯାଉଥିବା ବ୍ୟକ୍ତି ବିଦେଶ ଗସ୍ତର ସମସ୍ତ ଖର୍ଚ୍ଚ ନିଜେ ବହନ କରନ୍ତି | ବ୍ୟକ୍ତିର ଆର୍ଥିକ ସ୍ଥିତି ଦେଖି ତାଙ୍କୁ ବିଦେଶ ପଠା ଯାଉଥିଲା |
ଯାହାର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥାଏ ତାଙ୍କୁ ବିଦେଶ ପଠାଯାଏ ଏବଂ ଯାହାର ଆର୍ଥିକ ସ୍ଥିତି ଏତେ ଭଲ ନଥାଏ ତାଙ୍କୁ ଭାରତରେ ହିଁ ଅଲଗା ଅଲଗା ରାଜ୍ୟକୁ ପଠାଯାଉଥିଲା | ମର୍କଜ ଖାତାକୁ ବିଦେଶରୁ ଅନେକ ଫଣ୍ଡ ଆସିଛି | ସଙ୍ଗମ ବିହାରରେ ରହୁଥିବା ଯେଉଁ ଜମାତି ସଙ୍ଗମ ବିହାର ଓ ଦେବଲିରେ ୩ଟି ହଟସ୍ପଟ କରିଥିଲେ ସେ ମର୍କଜ ନିର୍ଦେଶାନୁସାରେ ଫିଜି ଯାଇଥିଲେ | ଫିଜିରୁ ଦିଲ୍ଲୀ ଆସିବା ପରେ ସେ ନିଜ ଘରକୁ ନ ଯାଇ ମର୍କଜ ଯାଇଥିଲେ ଏବଂ ସେଠାରେ ୩ଦିନ ରହିଥିଲେ | ଚୀନରୁ ମଧ୍ୟ ମର୍କଜକୁ ୯ ଜଣ ଜମାତି ଆସିଥିବା ଜଣାପଡିଛି | ଏମାନଙ୍କୁ ପୁଲ ପ୍ରହ୍ଲାଦପୁର ରେଲୱେ କମ୍ପାଉଣ୍ଡରେ ତିଆରି ହୋଇଥିବା କ୍ଵାରେଣ୍ଟିନ କେନ୍ଦ୍ରରେ ରଖାଯାଇଛି |
ଦିଲ୍ଲୀ ପୋଲିସର ଅପରାଧ ଶାଖା ମର୍କଜ ମୌଲାନା ସାଦଙ୍କୁ କହିଛନ୍ତି ଯେ ସେ ସରକାରୀ ହସ୍ପିଟାଲରେ କରୋନା ଯାଞ୍ଚ କରାନ୍ତୁ ଯେପରି ଯାଞ୍ଚରେ ସାହାଯ୍ୟ ମିଳିବ | ଅପରାଧ ଶାଖାର ଅଧିକାରୀ କହିଛନ୍ତି ଯେ କରୋନା ଯାଞ୍ଚ ରିପୋର୍ଟ ମିଳିବା ପରେ hi ପୋଲିସ ମୌଲାନା ସାଦଙ୍କୁ ଯାଞ୍ଚ ପାଇଁ ଡ଼ାକିବ | ସାଦ ବହୁତ ଦିନରୁ ଜାମିଆ ନଗରର ଜାକିର ନଗରରେ ରହୁଛନ୍ତି | ତେବେ ମୌଲାନା ଜାଣିଶୁଣି କରୋନା ପରୀକ୍ଷା କରୁନାହାନ୍ତି ବୋଲି ଅଧିକାରୀ କହିଛନ୍ତି |