Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୫ ବର୍ଷର ଝିଅକୁ ଜୀବନ୍ତ ଜାଳିଦେଲେ ଏଆଇଏଡିଏମକେର ଦୁଇ ନେତା, ଜମି ବିବାଦରୁ ବିଭତ୍ସ କାଣ୍ଡ

12/05/2020 at 1:55 PM

ଭିଲୁପୁରମ ୧୨/୦୫ : ସମ୍ପତ୍ତି ବିବାଦକୁ ନେଇ ରବିବାର ଦିନ ଜଣେ ୧୫ ବର୍ଷୀୟ ବାଳିକାଙ୍କୁ ଦୁଇଜଣ ନିଆଁ ଲଗାଇଦେଇଥିଲେ | ତାଙ୍କୁ ଭିଲୁପୁରମ ସରକାରୀ ମେଡିକାଲ କଲେଜଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ମାମଲାରେ ତାମିଲନାଡୁର ଶାସକ ସରକାର ଏଆଇଏଡିଏମକେ ଦଳର ଦୁଇ ନେତାଙ୍କୁ ଗିରଫ କରାଯାଇଛି | ପୀଡିତା ଶିରିମଦୁରାଇ ସ୍ଥିତ ୪୨ ବର୍ଷ ବୟସ୍କ କେ.ଜୟବାଲଙ୍କ ଝିଅ ଜୟଶ୍ରୀ |

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଜୟବାଲ ଓ ତାଙ୍କ ଭାଇ ୩୮ ବର୍ଷ ବୟସ୍କ କେ.କୁମାରଙ୍କ ଏକ ଏକର ବିଶିଷ୍ଟ ଏକ ପୈତୃକ ଜମି ଅଛି | ଜମିକୁ ନେଇ ତାଙ୍କର ଏବଂ ୫୭ ବର୍ଷ ବୟସ୍କ ଏଆଇଏଡିଏମକେ ନେତା ଜି.ମୁରୁଗନଙ୍କ ମଧ୍ୟରେ ବିବାଦ ଚାଲିଥିଲା | ରବିବାର ଦିନ ଜି.ମୁରୁଗନଙ୍କ କିଛି ସହଯୋଗୀ ଜୟବାଲଙ୍କ ଦୋକାନକୁ ସିଗାରେଟ କିଣିବାକୁ ଯାଇଥିଲେ | ସେତେବେଳେ ଜୟବାଲଙ୍କ ୧୭ ବର୍ଷୀୟ ପୁଅ ଜୟରାଜ ଏବଂ ମୁରୁଗନଙ୍କ ସହଯୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ଜୟରାଜ ସେତେବେଳେ ଦୋକାନରେ ଥିଲେ | ପାଟିତୁଣ୍ଡବେଳେ ମୁରୁଗନଙ୍କ ସହଯୋଗୀ ଜୟରାଜଙ୍କୁ ମାଡ ମାରିଥିଲେ ଯେଉଁଥିରେ ଜୟରାଜ ଆହତ ହୋଇଥିଲେ |

ଘଟଣାକୁ ନେଇ ଜୟବାଲ ମୁରୁଗନଙ୍କ ସହଯୋଗୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ | ମୁରୁଗନଙ୍କ ସହଯୋଗୀ ତଥା ଶିରିମଦୁରାଇ ଗାଁର ଏଆଇଏଡିଏମକେ ବ୍ରାଞ୍ଚ ସେକ୍ରେଟାରୀ କଲିଆପେରୁମଲ ଏଥିରେ ଉତକ୍ଷିପ୍ତ ହୋଇ ଜୟବାଲଙ୍କ ଝିଅଙ୍କୁ ନିଆଁ ଲଗାଇ ଦେଇଥିଲା ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ଘଟଣା ଦୋକାନ ନିକଟରେ ଘଟିଥିଲା | ଜୟଶ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଜୟକୁମାର କହିଛନ୍ତିଙ୍କ ପୀଡିତାଙ୍କ ଶରୀରର ୯୫ ପ୍ରତିଶତ ପୋଡି ଯାଇଥିଲା | ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି |

ଜୟବାଲଙ୍କ ବୟାନ ଅନୁଯାୟୀ ପୋଲିସ ମୁରୁଗାନ ଓ କଲିଆପେରୁମଲ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି |୨୦୧୩ ମସିହାରେ ସେହି ଜମି ବିବାଦ ମାମଲାରେ ମୁରୁଗାନ ନିଜର ୭ ସହଯୋଗୀଙ୍କ ସହ ମିଶି ଜୟବାଲଙ୍କ ଭାଇ କୁମାରଙ୍କ ହାତ କାଟି ଦେଇଥିଲା | ଭିଲୁପୁରମ କୋର୍ଟରେ ସେହି ମାମଲାର ଟ୍ରାଏଲ ଚାଲିଛି | ମୃତ୍ୟୁ ପୂର୍ବରୁ ଜୟଶ୍ରୀଙ୍କ ଭିଡିଓ ଶାସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ସେ ମୁରୁଗାନ ବିରୋଧରେ ବୟାନ ଦେଇଛନ୍ତି |

ରାଜନୈତିକ ଦଳ ଡ଼ିଏମକେ ନେତା ମେ.କେ.ଷ୍ଟାଲିନ, ଭିସିକେ ପାର୍ଟି ନେତା ତଥା ଭିଲୁପୁରମ ଲୋକସଭା ସଦସ୍ୟ ଡି.ରବିକୁମାର ଏବଂ ପିଏମକେ ନେତା ରାମଦୋଷ ଏହି ହତ୍ୟା ମାମଲାରେ ଜଡିତ ଥିବା ସୂଚନା ମିଳିଛି |

   Related Posts