Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସାହସୀ କୁସୁମ: ଫୋନ ଛଡାଇ ନେଉଥିବା ଦୁର୍ବୁତ୍ତକୁ ଏକା କାବୁ କଲେ, ଛୁରାମାଡ଼ ସତ୍ତ୍ୱେ ମାଡି ବସିଥିଲେ

2/09/2020 at 3:18 PM

ଜଳନ୍ଧର ୦୨/୦୯ : ଜଳନ୍ଧରର ଜଣେ ୧୫ ବର୍ଷର ନାବାଳିକାଙ୍କ ସାହସକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି | ପଞ୍ଜାବ ଜଳନ୍ଧରରେ ଦୁଇ ଦୁର୍ବୁତ୍ତ ବାଇକରେ ଆସି ଜଣେ ନାବାଳିକାଙ୍କ ଫୋନ ଛଡାଇ ନେଇବାକୁ ଚେଷ୍ଟା କରିଥିଲେ | କୁସୁମ କୁମାରୀ ନାମକ ନାବାଳିକା ରାସ୍ତାରେ ଯାଉଥିବା ସମୟରେ ଦୁଇ ଯୁବକ ବାଇକରେ ଆସି ତାଙ୍କ ମୋବାଇଲ ଛଡାଇ ନେଇଥିଲେ | ସେତେବେଳେ କୁସୁମ କୁମାରୀ ରାସ୍ତାରେ ଏକା ଥିଲେ | ପୁରା ଘଟଣା ସିସିଟିଭିରେ କଏଦ ହୋଇଛି | କୁସୁମଙ୍କ ହାତରୁ ମୋବାଇଲ ଛଡାଇ ନେଇ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ ଦୁଇ ଯୁବକ | କିନ୍ତୁ କୁସୁମ ସାହସ ଦେଖାଇ ବାଇକ ପଛରେ ବସିଥିବା ଯୁବକର ସାର୍ଟ ଧରି ଘୋଷାଡ଼ି ଆଣିଥିଲେ | ଫଳରେ ସେ ତଳେ ପଡିଯାଇଥିଲା | ଦୁଇ ଯୁବକ ଘଟଣାସ୍ଥଳରେ ଫେରାର ହେବାକୁ ବହୁତ ଉଦ୍ୟମ କରିଥିଲେ କିନ୍ତୁ କୁସୁମ ତାଙ୍କୁ ଯିବାକୁ ଦେଇନଥିଲେ |

ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ, ଦୁଇ ଯୁବକଙ୍କ ମଧ୍ୟରୁ ଜଣେ କୁସୁମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ | କୁସୁମଙ୍କ ହାତରେ ଗଭୀର କ୍ଷତ ହୋଇଥିଲା | କିନ୍ତୁ ତଥାପି କୁସୁମ ହାର ମାନିନଥିଲେ | ବାଇକ ଚଲାଉଥିବା ଯୁବକ ସେଠାରୁ ଫେରାର ହେବାରେ ବିଫଳ ହୋଇଥିଲେ କିନ୍ତୁ ତାଙ୍କ ସହଯୋଗୀ ଫେରାର ହେବାରେ ସଫଳ ହୋଇଥିଲା |

ଠିକ ସେତିକିବେଳେ ଜଣେ ବ୍ୟକ୍ତି ଘଟଣାସ୍ଥଳକୁ ଆସି କୁସୁମଙ୍କୁ ସାହାଯ୍ୟ କରିଥିଲେ | ବ୍ୟକ୍ତି ଜଣକ ଜଣେ ଯୁବକକୁ କାବୁ କରିଥିଲେ | ଏହାପରେ ଘଟଣାସ୍ଥଳରେ ଅନେକ ଲୋକ ଜମା ହୋଇଥିଲେ ଏବଂ ଦୁର୍ବୁତ୍ତକୁ ମାଡ ମାରିଥିଲେ | ଏହାପରେ ସ୍ଥାନୀୟ ଲୋକେ ଯୁବକକୁ ପୋଲିସକୁ ହସ୍ତାନ୍ତର କରିଥିଲେ |

ମାମଲାରେ ଉକ୍ତ ଦୁର୍ବୁତ୍ତକୁ ପୋଲିସ ଗିରଫ କରିଛି ଓ ଅନ୍ୟ ଜଣକୁ ଖୋଜୁଛି | କୁସୁମଙ୍କୁ ଦୁର୍ବୁତ୍ତ ଯୁବକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

   Related Posts