୮ ମାସ ଯାଏଁ ପ୍ରେମିକ ଓ ତା' ସାଙ୍ଗମାନେ କଲେ ଗଣଦୁଷ୍କର୍ମ: ୩୩ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ, ୨୬ ଗିରଫ

Published By : Prameya-News7 Bureau | September 23, 2021 IST

ଥାନେ ୨୩/୦୯ : ମହାରାଷ୍ଟ୍ରରୁ ବର୍ବରତାର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟ କିଶୋରୀଙ୍କ ସହ ଅନେକଥର ଗଣଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ଥାନେରେ ଗତ ୮ ମାସରେ ବିଭିନ୍ନ ସ୍ଥାନରେ ୧୫ ବର୍ଷୀୟ କିଶୋରୀଙ୍କ ସହ ଅନେକଥର ଗଣଦୁଷ୍କର୍ମ କରାଯାଇଛି। ମାମଲାରେ ପୋଲିସ ଏବେ ଯାଏଁ ୨୪ ଜଣଙ୍କୁ ଗିରଫ କରିଛି ଓ ଡୁ ନାବାଳକଙ୍କୁ ହେପାଜତକୁ ନେଇଛି। ମାମଲା ସମ୍ପର୍କରେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୀଡିତାଙ୍କ ଅଭିଯୋଗ ଆଧାରରେ କଲ୍ୟାଣ ଡୋମ୍ବିଭଲିରେ ମନପାଡା ପୋଲିସ ବୁଧବାର ରାତିରେ ୩୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୭୬ (ଦୁଷ୍କର୍ମ), ୩୭୬ (ଏନ) (ବାରମ୍ବାର ଦୁଷ୍କର୍ମ), ୩୭୬ (ଡି)(ଗଣଦୁଷ୍କର୍ମ), ୩୭୬ (୩)(୧୬ ବର୍ଷରୁ କମ ବୟସ ଝିଅ ସହ ଦୁଷ୍କର୍ମ) ଏବଂ ଯୌନ ଅପରାଧରେ ଶିଶୁ ସଂରକ୍ଷଣ (ପୋକସୋ) ଅଧିନିୟମ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି।

ଅତିରିକ୍ତ ପୋଲିସ କମିଶନର ଦତ୍ତାତ୍ରେୟ କରାଲେ ସାମ୍ବାଦିକଙ୍କ ସହ କଥା ହୋଇ କହିଛନ୍ତି ଯେ ଅପରାଧ ଜାନୁଆରୀ ୨୯ ରୁ ସେପ୍ଟେମ୍ବର ୨୨ ତାରିଖ ମଧ୍ୟରେ ହୋଇଛି। ଜାନୁଆରୀରେ ପୀଡିତାଙ୍କ ପ୍ରେମିକ ତାଙ୍କ ସହ ଦୁଷ୍କର୍ମ କରିଥିଲା ଓ ଘଟଣାର ଭିଡିଓ ରେକର୍ଡ କରିଥିଲା। ଭିଡିଓ ଆଧାରରେ ସେ ପୀଡିତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ତାପରେ ଯୁବକର ସାଙ୍ଗମାନେ ଓ ପରିଚିତ ପୀଡିତାଙ୍କ ସହ ଅନେକ ଥର ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ।

ସେ କହିଛନ୍ତି ଯେ ମାମଲାର ଯାଞ୍ଚ ପାଇଁ ଏସ୍ସି ସୋନାଲି ଢ଼ୋଲେଙ୍କ ନେତୃତ୍ୱରେ ଏକ ଏସଆଇଟି ଟିମ ଗଠନ କରାଯାଇଛି । କରାଲେ କହିଛନ୍ତି ପୀଡିତା ୩୩ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅପରାଧୀଙ୍କ ତଲାଶ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.