୧୫ ବର୍ଷ ତଳେ ପ୍ରେମ ବିବାହକରି ବିଜନୌର ଚାଲିଆସିଥିବା କାଶ୍ମୀରର ଯୁବତୀ ଅତୀକା ଏବେ ଧାରା ୩୭୦ ଉଚ୍ଛେଦ ପରେ କହିଲେ ନିଜ ପ୍ରେମ କାହାଣୀ ସହ ଏମିତି କଥା…

Published By : Prameya-News7 Bureau | August 06, 2019 IST

ବିଜନୌର୬|୮: ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ତେବେ ଏହି ଐତିହାସିକ ପରିବର୍ତ୍ତନର ଅନେକ ଲୋକଙ୍କ ଉପରେ ଭଲ ପ୍ରଭାବ ପଡିଛି। ୟୁପିର ବିଜନୌର ନିବାସୀ ମେହବୁବ ୧୫ ବର୍ଷ ତଳେ ଜଣେ କାଶ୍ମୀର ଯୁବତୀଙ୍କ ପ୍ରେମରେ ପଡିଥିଲେ।

କାଶ୍ମୀରରେ କାମ କରୁଥିବା ସମୟରେ ମେହବୁବ ସେଠାର ଝିଅ ଅତୀକାଙ୍କ ପ୍ରେମରେ ପାଗଳ ଥିଲେ। କିଛି ଦିନ ପରେ ଉଭୟ ବିବାହ ମଧ୍ୟ କରିଥିଲେ। ଯୁବତୀଙ୍କ ପରିବାର ଲୋକେ ବିବାହକୁ ବିରୋଧ କରିଥିଲେ। ସେଥିପାଇଁ ଦୁହେଁ ସେଠାରୁନିଜ ପ୍ରାଣ ବଞ୍ଚାଇ ବିଜନୌରରେ ଆସି ରହୁଥିଲେ। ବିବାହର ୬ ବର୍ଷ ପରେ ଦୁଇ ପରିବାର ମଧ୍ୟରେ ସବୁକିଛି ଠିକ୍‌ ହୋଇଯାଇଥିଲା।

ଏବେ  ମେହବୁବ ୧୫ ବର୍ଷ ପୁରୁଣା କଥା ମନେପକାଇଛନ୍ତି। ଯେତେବେଳେ ସେ କାଶ୍ମୀରରେ ସେନା ବାହିନୀରେ ବଢେଇ ଭାବେ କାମ କରୁଥିଲେ ସେତେବେଳେ ସେ ଅତୀକାଙ୍କୁ ଭେଟିଥିଲେ। ଅତୀକା କାଶ୍ମୀର ଅନ୍ତର୍ଗତ କୁପୱାଡା ଜିଲ୍ଲାର ମଝଗାଓଁର ନିବାସୀ ଥିଲେ।ଉଭୟ କିଛି ଦିନ ମିଳାମିଶା କରିବା ପରେ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ କାଶ୍ମୀରରେ ଭୟର ମାହୋଲ ଓ ଅତୀକାଙ୍କ ପରିବାର ଲୋକେ ଉଭୟଙ୍କ ବିବାହକୁ ବିରୋଧ କରିବା ସେମାନଙ୍କୁ ଚିନ୍ତାରେ ପକାଇଦେଇଥିଲା।

ଏମିତିକି ଏଭଳି ପରିସ୍ଥିତି ଆସିଥିଲା ଯେଉଁଥିପାଇଁ ଉଭୟ ନିଜ ପ୍ରାଣ ବାଞ୍ଚାଇ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ତାଙ୍କୁ ଖୋଜୁଥିଲା ସତ କିନ୍ତୁ ଧରିବାରେ ଅସଫଳ ହୋଇଥିଲା। ଧିରେ ଧିରେ ସମୟ ସହ ଉଭୟ ପରିବାରଙ୍କ ମଧ୍ୟରେ ସମ୍ପର୍କରେ ସୁଧାର ଆସିଥିଲା। ୧୫ ବର୍ଷ ପରେ ଆଇନ୍‌ ପରିବର୍ତ୍ତନ ହୋଇଥିବାରୁ ଅତୀକା ନିଜ ଖୁସି ପ୍ରକାଶ କରିଥିଲେ।

ମେହବୁବ କହିଥିଲେ ଯେ, ତାଙ୍କର ଏବେ ଜଣେ ପୁଅ ଓ ୩ଟି ଝିଅ ଅଛନ୍ତି। ଧାରା ୩୭୦ ହଟିବା ପରେ ସେ ବହୁତ ଖୁସି। ଅତୀକା କହିଛନ୍ତି ଯେ, ଧାରା ୩୭୦ ହଟିବାପରେ ଏବେ ସେ କାଶ୍ମୀରରେ ନିଜ ଅଧିକାର ସାବ୍ୟସ୍ତ କରିପାରିବେ । ପୁରୁଣା ନିୟମ ଅନୁସାରେ ସେ ବାହାର ରାଜ୍ୟରେ ବିବାହ କରିଥିବାରୁ କାଶ୍ମୀରରୁ ତାଙ୍କର ସବୁ ଅଧିକାର ତୁଟି ଯାଇଥିଲା।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.