ମୋଦୀଙ୍କୁ ଚିଠି ଲେଖିଲେ ୧୫ ବର୍ଷର ଛାତ୍ର, କହିଲେ- ‘ଧାର୍ମିକ ଅନୁଷ୍ଠାନ ନିଜର ୮୦ ପ୍ରତିଶତ ଅର୍ଥ ଦାନ କରନ୍ତୁ’

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ, ୦୧|୦୪:  ଡେରାଡୁନର ଜଣେ ୧୫ ବର୍ଷ ବୟସ୍କ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛି । ଏହି ଚିଠିରେ ସେ ବିଭିନ୍ନ ଧାର୍ମିକ ସଂସ୍ଥା କରୋନା ଭାଇରସ ସହ ଲଢିବା ପାଇଁ ୮୦ ପ୍ରତିଶତ ସମ୍ପତି ଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।

{"id":247364,"width":752,"height":556,"sizeSlug":"large"}

ମୋଦୀଙ୍କୁ ଚିଠି ଲେଖିଥିବା ଛାତ୍ରଜଣଙ୍କ ହେଉଛନ୍ତି ଅଭିନବ କୁମାର ଶର୍ମା । ସେ ସେଣ୍ଟ୍ ଜୋସେଫ୍ ସ୍କୁଲରେ ପଢନ୍ତି । ସେ ମାର୍ଚ୍ଚ ୨୬ରେ ଏକ ଇମେଲ୍ ପଠାଇଥିଲେ । ଏଥିରେ ସେ ଲେଖିଥିଲେ ଯେ, ୨୧ ଦିନିଆ ଲକଡାଉନ ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ଝଟକା ଲାଗିପାରେ । ତେଣୁ ବିଭିନ୍ନ ଧାର୍ମିକ ସଂସ୍ଥାର ଟ୍ରଷ୍ଟ ୮୦ ପ୍ରତିଶତ ଦାନ କରିବା ପାଇଁ ସରକାର ସେମାନଙ୍କୁ କୁହନ୍ତୁ । ଏହି ଅର୍ଥକୁ ଲୋକଙ୍କ ପାଇଁ ବ୍ୟବହାର କରାଯାଇ ପାରିବ । କରୋନା ମହାମାରୀରେ ପ୍ରଭାବିତ ଲୋକଙ୍କୁ ଏହାର ଆବଶ୍ୟକତା ରହିଛି । ସମସ୍ତ ଧାର୍ମିକ ଟ୍ରଷ୍ଟ ପାଖରେ ବିପୁଳ ପରିମାଣର ଅର୍ଥ ରହିଛି । ଏହି ଅର୍ଥକୁ ଦାନ କଲେ କରୋନା ମୁକାବିଲାରେ ସହାୟତା ମିଳିବ ।

{"id":247365,"sizeSlug":"large"}

ଲକଡାଉନ ସମୟରେ ଅଭିନବ ଅନେକ ଶ୍ରମିକଙ୍କୁ ରୋଜଗାର ହରାଇଥିବା ଦେଖିଥିଲେ । ତେଣୁ ସେ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.