୮ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ୧୫ବର୍ଷର ନାବାଳକ : ଗିରଫ

Published By : Prameya-News7 Bureau | June 15, 2019 IST

ସିଓ୍ବାନୀ ମଣ୍ଡି ୧୫/୬ : ହରିୟାଣାର ଉପମଣ୍ଡଳ ଗାଁରେ ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିବାର ମାମଲା ସାମନାକୁ ଆସିଛି। ପରିବାର ଲୋକେ ଏହି ଘଟଣାର ସୂଚନା ପୋଲିସକୁ ଦେଇଛନ୍ତି। ପୋଲିସ୍ ୧୫ବର୍ଷର ନାବାଳକଙ୍କୁ ଗିରଫ କରିଛି।

୮ବର୍ଷର ନାବାଳିକା ଘର ପାଖ ଦୋକାନକୁ ଦ୍ବିପ୍ରହର ସମୟରେ ଲେମ୍ବୁ ଆଣିବାକୁ ଯାଇଥିଲେ। ଏଠାରେ ଦୋକାନରେ ଥିବା ଦୋକାନ ମାଲିକର ୧୫ବର୍ଷର ପୁଅ ତାଙ୍କୁ ଘର ଭିତରକୁ ନେଇ ତାଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିଥିଲା। ପରିବାର ଲୋକଙ୍କ କହିବାନୁସାରେ ଅଭିଯୁକ୍ତ ତାଙ୍କୁ ଏବିଷୟରେ କାହାକୁ ନକହିବାକୁ ଧମକ ଦେଇଥିଲା।

ଘଟଣାର ୩ଘଣ୍ଟା ପରେ ସନ୍ଧ୍ୟା ୫ଟାବେଳେ ନାବାଳିକା ଯନ୍ତ୍ରଣା ହେଉଥିବାରୁ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ପରିବାର ଲୋକେ ନାବାଳିକାଙ୍କୁ ଦୋକାନ ନେଇ ପୟଞ୍ଚିବାରୁ ଅଭିଯୁକ୍ତ ନାବାଳକ ସେଠାରେ ନଥିଲା।

ନାଗରିକ ହସ୍ପିଟାଲରେ ଉପଚାର ପରେ ପୋଲିସ୍ ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ଭିଓ୍ବାନୀ ନେଇ ଯାଇଥିଲେ। ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ,ପସ୍କୋ ସହ ବିଭିନ୍ନ ଧାରା ଅନୁସାରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.