ଛେଳି ଚରାଇବାକୁ ଯାଇଥିବା ୧୫ ବର୍ଷ ବୟସର ନାବାଳିକାଙ୍କୁ ପଥରରେ ଛେଚି ଛେଚି ହତ୍ୟା, ଦୁଷ୍କର୍ମ ଆଶଙ୍କା

Published By : Prameya-News7 Bureau | October 26, 2019 IST

ମୁମ୍ବାଇ୨୬|୧୦: ବୋତୋରଗୁଟୁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୫ ବର୍ଷ ବୟସ୍କ ନାବାଳିକାଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି। ଏନେଇ ମୃତ ନାବାଳିକାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ନାବାଳିକାଙ୍କ ମୃତ ଶରୀର ହସ୍ପିଟାଲକୁ ପଠାଇ ଦେଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା କଥା ତାଙ୍କ ବାପା ଏତଲାରେ ଉଲ୍ଲେଖ କରିଛନ୍ତି। କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଯେ ନାବାଳିକାଙ୍କୁ ଦୁଷ୍କର୍କ କରି ହତ୍ୟା କରାଯାଇଛି କି ନାହିଁ।

ମୃତ ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅ ଅକ୍ଟୋବର ୨୪ ତାରିଖ ଦ୍ବିପହରରେ ଛେଳି ଚରାଇବା ପାଇଁ ବୋତୋରଗୁଟୁ ବାହାରିଥିଲେ। ସନ୍ଧ୍ୟା ହେବା ପରେ ନାବାଳିକା ଝିଅ ଘରକୁ ଫେରି ନଥିଲେ। ସେଥିପାଇଁ ଘର ଲୋକ ତାଙ୍କୁ ଖୋଜିବା ପାଇଁ ବୋତୋରଗୁଟୁରେ ପହଞ୍ଚିଥିଲେ। ବହୁ ଖୋଜିବା ପରେ ନାବାଳିକାଙ୍କ ମୃତ ଦେହ ସ୍ଥାନୀୟ ଅଞ୍ଚଳରୁ ମିଳିଥିଲା। ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀର ହସ୍ପିଟାଲକୁ ପଠାଇ ଦେଇଥିଲା।

ନାବାଳିକାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଜଗନ୍ନାଥପୁରର ଏସଡିପିଓ ପ୍ରଦୀପ ଓରାନଙ୍କ ନେତୃତ୍ବ ଏକ ଟିମ୍‌ ଗଠନ ହୋଇଛି। ଏହି ଟିମରେ ମଜଗଓ୍ବା ଥାନା ଅଧିକାରୀ ଅକିଲ୍‌ ଅହମ୍ମଦ, ଜଗନ୍ନାଥପୁର ଥାନା ଅଧିକାରୀ ମଧୁସୂଦନ ମୋଦକ ଓ କୁମାରଡୁଙ୍ଗୀ ଥାନା ଅଧିକାର ମହେନ୍ଦ୍ର ସିଂହ ପ୍ରସାଦ ସାମିଲ ଅଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ତଦନ୍ତ କରି ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ପ୍ରଦୀପ ଓରାନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.