୧୫ ବର୍ଷ ବୟସ୍କ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା; ଦୁଇଦିନ ପରେ ଏଫଆଇଆର ରଖିଲା ପୋଲିସ

Published By : Prameya-News7 Bureau | March 30, 2019 IST

ପ୍ରୟାଗରାଜ ୩୦/୩- ଜଣେ ୧୫ ବର୍ଷ ବୟସ୍କ ଦଳିତ ନାବାଳିକା ଦୁଷ୍କର୍ମ ମାମଲା । ପୋଲିସ ବାହୁବଳୀ ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଇ ରଖୁନଥିଲା ପୀଡ଼ିତାଙ୍କ ଏଫଆଇଆର । ଏସପିଙ୍କ ହସ୍ତକ୍ଷେପରେ ମାମଲା ରୁଜୁ କରିଛି ପୋଲିସ ହେଲେ ଅପରାଧି ଧମକ ଦେବା ସହିତ ଦେଉଛନ୍ତି ଖୋଲା ଚ୍ୟାଲେଂଜ ।

ଧୁମନଗଂଜ ଥାନା ବମରୌଲୀରେ ଜଣେ ଦଳିତ ନାବାଳିକାକୁ ରାସ୍ତାରୁ ଉଠେଇ ନେଇ ୫ଜଣ ଦୁବୃର୍ତ୍ତ କରିଥିଲେ ଦୁଷ୍କର୍ମ । ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତାଲା ଦେଇଥିଲେ ବି ପୋଲିସ ଗ୍ରହଣ କରି ନଥିଲା । ଏହି ଘଟଣାରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କର ଦ୍ଵାରସ୍ଥ ହୋଇଥିଲେ ପରିବାର ଲୋକ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏସପି ଏହି ଘଟଣାର ତଦନ୍ତ ଭାର ନେଇଥିଲେ । ସ୍ଥାନୀୟ ଥାନାରେ ପରିବାର ପକ୍ଷରୁ ଦିଆଯାଇଥିବା ଏତାଲାକୁ ଗ୍ରହଣ କରିଥିଲା ପୋଲିସ ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ମାମଲା ଗ୍ରହଣ କରିଥିଲା ପୋଲିସ । ହେଲେ ଅପରାଧିଙ୍କୁ ଧରିବାକୁ କୌଣସି ଆଗ୍ରହ ପ୍ରକାଶ କରୁନାହିଁ ବୋଲି ପରିବାର ପକ୍ଷରୁ କରାଯାଇଛି ଅଭିଯୋଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.