କ୍ରିକେଟ୍‌ ଖେଳ ସାଜିଲା କାଳ, ବଲ୍‌ ଧରିବାକୁ ଯାଇ କୂଅରେ ପଡିଗଲା ୧୫ ବର୍ଷୀୟ ବାଳକ, ତାପରେ...

Published By : Prameya-News7 Bureau | October 28, 2021 IST

ବାଙ୍କି, ୨୮/୧୦: ବାଙ୍କୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୂଅରେ ପଡି ଜଣେ ୧୫ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ବାଳକଟିର ନାମ ପ୍ରଦୀପ ମୁଦୁଲି । ଘର କିଆପଲ୍ଲା ଗ୍ରାମ ବୋଲି ଜଣାପଡ଼ିଛି । ବାଙ୍କୀ ଥାନା ଅନ୍ତର୍ଗତ ହରିହର ଭେଟ ଠାରେ ଥିବା ଶିଶୁଯତ୍ନ କେନ୍ଦ୍ରରେ  ରହି ପ୍ରଦୀପ ପାଠପଢୁଥିବା ବେଳେ ଆଜି ଅପରାହ୍ନରେ କ୍ରିକେଟ ଖେଳୁଥିଲେ । ଏହି ସମୟରେ ବଲ ଧରିବାକୁ ଯାଇ କୂଅରେ ପଡି ଯାଇଥିଲେ ।

ପରେ ବାଳାଶ୍ରମର ଲୋକେ ବାଙ୍କୀ ଦମକଳ ବହିନୀକୁ ଖବର ଦେବାପରେ  ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେସଙ୍ଗେ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବଳାଶ୍ରମର ଭିତରେ କୂଅ ଖୋଲା ଥିଲା କିପରି ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଶବ ବ୍ୟବଛେଦ  ପାଇଁ ପୋଲିସ୍‌  ବାଙ୍କୀ ଉପଖଣ୍ଡ ମେଡିକାଲକୁ ପଠାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.