ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର, ୧୫ରୁ ଅଧିକ ଆହତ

Published By : Prameya-News7 Bureau | November 26, 2019 IST

ଉମରକୋଟ ୨୬।୧୧:  ଭାରସାମ୍ୟ ହରାଇ ଓଲଟିପଡିଲା ଟ୍ରାକ୍ଟର । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଫୁପୁଗାଁ ନିକଟରେ  ଦୁର୍ଘଟଣା ଘଟିଛି ।  ଦୁର୍ଘଟଣାରେ ୧୫ଜଣରୁ ଅଧିକ ମହିଳା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":190004,"sizeSlug":"large"}

ସୂଚନାଯୋଗ୍ୟ ଯେ ,  ପୂର୍ଣ୍ଣଗୁଡାରୁ ଭାଲୁକାନାଡି ଗାଁକୁ  ଏକ ଟ୍ରାକ୍ଟର ଯୋଗେ  ୩୦ଜଣରୁ ଅଧିକ ମହିଳା ଯାଉଥିଲେ । ଝରିଗାଁ ଥାନା ଫୁପୁଗାଁ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ରାକ୍ଟରେ ଯାତ୍ରା କରୁଥିବା ୩୦ଜଣ ମହିଳାଙ୍କ ମଧ୍ୟରୁ ୧୫ରୁ ଅଧିକ ମହିଳା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.