ଭୁବନେଶ୍ୱର ୦୬।୧୨ - ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନର ଶୁଭାରମ୍ଭ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ ଜଣଙ୍କୁ ଲାପଟପ ଦେଇଛନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯିବ ।
{"id":194710,"sizeSlug":"large"}ଏଥିରେ ୫ହଜାର ୫୦୯ ଜଣ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ଥିବା ବେଳେ ସାଧାରଣ ବର୍ଗର ୯ ହଜାର ୪୯୧ ଜଣ ଛାତ୍ରଛାତ୍ରୀ ଅଛନ୍ତି । ବିଜୁ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୨୦୧୩ ମସିହାଠାରୁ ମାଗଣାରେ ଲାପଟପ ବଣ୍ଟନ କରାଯାଉଛି ।
{"id":194711,"sizeSlug":"large"}ବର୍ତ୍ତମାନ ସୁଦ୍ଧା ମୋଟ ୯୦ ହଜାର ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଛି । ତେବେ ଚଳିତବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲ୍ଲା ସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଓକାକ୍ ମାଧ୍ୟମରେ ଲାପଟପ ସଂଗ୍ରହ କରାଯାଇ ୩୦ ନୋଡାଲ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି ।