Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଡୋମିନସ୍ ଇଣ୍ଡିଆ’ ଉପରେ ସାଇବର୍ ଆଟାକ୍, ବିପଦରେ ୧୦ ଲକ୍ଷ କ୍ରେଡିଟ୍ କାର୍ଡ ଡାଟା
  • ||
  • ପିପିଲି ଉପନିର୍ବାଚନ : ପ୍ରକାଶ ପାଇଲା ସାନି ବିଜ୍ଞପ୍ତି, ମେ ୧୩ରେ ମତଦାନ
  • ||
  • ମାଲକାନଗିରି : ରକ୍ତ ମୁଖା ଲାଲ୍‌ବାହିନୀ , ପୋଲିସ ଇନଫର୍ମର ସନ୍ଦେହରେ ୨ଛାତ୍ରଙ୍କୁ ଗଳାକାଟି ହତ୍ୟା
  • ||
  • କରୋନା ଭୟରେ କଠୋର ହେଲା ହଂକଂ: ଭାରତକୁ ବିମାନ ଚଳାଚଳ ବନ୍ଦ, ୩ ମେ ଯାଏଁ ଲାଗିଲା କଟକଣା
  • ||
  • କଳାହାଣ୍ଡି : ନଳକୂପ ଅଛି ହେଲେ ପାଣି ବାହାରୁନି, ପାନୀୟ ଜଳ ଯୋଗାଣ ଦାବିରେ ସରପଞ୍ଚ, ପଞ୍ଚାୟତ ଓ ବ୍ଲକ୍ ଯନ୍ତ୍ରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
  • ||
  • କଳାହାଣ୍ଡି : ଲଡୁଗାଁରେ ବଢିଲା ସଟ୍ ଡାଉନ୍ ଅବଧି, ଆଉ ୪ଦିନ ରହିବ ବଳବତ୍ତର
  • ||
  • ରାଜ୍ୟରେ ୪ହଜାର ଟପିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୪୪୫ ପଜିଟିଭ୍ ଚିହ୍ନଟ
  • ||
  • କରୋନା ନେଲା ଜୀବନ: ପରଲୋକରେ ଜେଡିୟୁ ବିଧାୟକ ମେଓ୍ୱାଲାଲ ଚୌଧୁରୀ
  • ||
  • ଆଜିଠୁ ଶ୍ରୀମନ୍ଦିରରେ ନୂଆ SOP ଲାଗୁ, ରାଜ୍ୟ ବାହାରର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
  • ||
  • ଚଣ୍ଡିଖୋଲ : ଟ୍ରେନ୍ ଲାଇନ୍‌ରୁ ମିଳିଲା ମୃତଦେହ, ନିକଟରେ ପଡିଛି ଏକ ସାଇକେଲ
  • ||

୧୫ କିନ୍ନର ଓ ୧୦ ଆତ୍ମ ସମର୍ପଣ କରିଥିବା ନକ୍ସଲ ପାଇଲେ ସୁରକ୍ଷା କର୍ମୀ ଚାକିରୀ

23/06/2019 at 5:45 PM

ମାଲକାନଗିରି୨୩|୬; ସମାଜର ତୃତୀୟ ଲିଙ୍ଗ ବୋଲି କୁହା ଯାଉଥିବା କିନ୍ନର ଓ ମାଲକାନଗିରି ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଜବାନ । ଏମତି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ସୁରକ୍ଷା ବାହିନୀରେ ଯୋଗ ଦେବା ଲଗି ୧୫ଜଣ କିନ୍ନର ଓ ୧୦ ଜଣ ଆତ୍ମ ସମର୍ପଣ କରିଥିବା ନକ୍ସଲପନ୍ଥିଙ୍କୁ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ତାଲିମ ଦିଆ ଯାଉଛି ।

ଏହାର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିଛି ଜିଲ୍ଲା ପ୍ରଶାସନ । ଯେଉଁ ମାନେ ଦିନେ ଲାଲ୍ ବାହିନୀର କଥାରେ ହାତରେ ବନ୍ଧୁକ ଧରି ଲୋକଙ୍କୁ ଭୟଭୀତ କରୁଥିଲେ ସେମାନେ ଏବେ ପୁଣି ହାତରେ ବନ୍ଧୁକକ ଧରିବେ ହେଲେ ଲୋକଙ୍କୁ ଭୟଭୀତ କରିବାକୁ ନୁହେଁ ବରଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ।

ତାଲିମ ପାଇବା ପରେ ମାଲକାନଗିରି ଜିଲ୍ଲାପାଳ ଏମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ବ୍ୟାଙ୍କ ଓ ମେଡିକାଲରେ ଓ ବିଭିନ୍ନ ଅନୁଷ୍ଠାନରେ ସୁରକ୍ଷା କର୍ମୀ ଭାବେ ନିଯୁକ୍ତି ପ୍ରଦାନ ମଧ୍ୟ କରିଛନ୍ତି ।      

 

   Related Posts