Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଷାକ୍ତ ମଦ ପିଇ ୧୫ ମୃତ, ୧୮ରୁ ଅଧିକ ମେଡିକାଲରେ ଭର୍ତ୍ତି

22/02/2019 at 1:51 PM

ଗୌହାଟୀ ୨୨|୨ : ଆସାମ ଗୋଲାଘାଟରେ ବିଷାକ୍ତ ମଦ ପିଇ ୧୫ଜଣଙ୍କର ମୃତ୍ୟୁ ହୋଇଛି । ୧୮ ଜଣ  ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତେ ଗୋଲଘାଟର ଏକ ଚା ବଗିଚାରେ କାମ କରୁଥିଲେ ।

ପୋଲିସ ସୂଚନା ଅନୁସାରେ ଗତକାଲି ରାତିରେ ଚା ବଗିଚାରେ କାମ କରୁଥିବା ଶ୍ରମିକମାନେ ବିଷାକ୍ତ ମଦ ପିଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପାଖାପାଖି ୧୦୦ଜଣ ଶ୍ରମିକ ବିଷାକ୍ତ ମଦ ପିଇଥିବା ଜଣାପଡିଛି । ଏବେ ମଧ୍ୟ ଶ୍ରମିକମାନେ ଅସୁସ୍ଥ ହୋଇ ହସ୍ପିଟାଲକୁ ଆସୁଛନ୍ତି ।

କିଛି ଦିନ ତଳେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।

   Related Posts