୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ର ଏହି ୧୫ଟି ଚିହ୍ନ ଜଣାଇ ଦେବ ଅସଲି କି ନକଲି…

Published By : Prameya-News7 Bureau | November 26, 2019 IST

ନୂଆଦିଲ୍ଲୀ୨୬/୧୧: ବର୍ତ୍ତମାନ ସମୟରେ ଭାରତୀୟ ବଜାରରେ ନକଲି ନୋଟ୍‌ର କାରବାର ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୁର୍ବୃତ୍ତମାନେ ମେସିନ୍‌ ମାଧ୍ୟମ​‌ରେ ଅସଲି ନୋଟ୍‌ ଭଳି ଟଙ୍କା ଛାପି ବଜାରରେ ଛାଡ଼ୁଛନ୍ତି । ଜଣେ ସାଧାରଣ ଲୋକ ନକଲି ନୋଟ୍‌କୁ ଅତି ସହଜରେ ଚିହ୍ନି ପାରିବେ ନାହିଁ। ଅବିକଳ ଅସଲି ନୋଟ୍ ଭଳି ନକଲି ନୋଟ୍‌ ବଜାରରେ କାରବାର୍‌ ଚାଲିଛି । ତେବେ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ରେ ଥିବା ୧୫ଟି ଚିହ୍ନ ଦ୍ବାରା ନୋଟ୍ ଅସଲି କି ନକଲି  ଆପଣ ଜାଣି ପାରିବେ। ଭାରତୀୟ ମୁଦ୍ରାରେ ମହତ୍ମାଗାନ୍ଧୀଙ୍କ ପ୍ରତିଛବି ହେଉଛି ସବୁଠୁ ବଳିଷ୍ଠ ପ୍ରମାଣ। ଏହି କଥା ସମସ୍ତେ ଜାଣିଛନ୍ତି। ହେଲେ ମହତ୍ମାଗାନ୍ଧୀଙ୍କ ପ୍ରତିଛବିକୁ ଛାଡ଼ି ଆଉ ଏମିତି କିଛି ଚିହ୍ନ ରହିଛି। ଯାହା ଦ୍ବାରା ଆପଣ ସହଜରେ ଅନୁମାନ କରି ପାରିବେ ଆପଣଙ୍କ ହାତରେ ଥିବା ନୋଟ୍‌ ଅସଲି କି ନକଲି।

{"id":190372,"sizeSlug":"large"}

ଦୃଷ୍ଟିହୀନ ଲୋକମାନଙ୍କ ପାଇଁ ନୋଟ୍‌ର ଅଶୋକସ୍ତମ୍ଭର ଠିକ୍ ଉପରେ ଦୁଇଟି ଚିହ୍ନ ରହିଛି। ଯାହା ଦ୍ବାରା ଦୃଷ୍ଟିହୀନ ଲୋକମାନେ ଅତି ସହଜରେ ନୋଟ୍‌ ଚିହ୍ନଟ କରି ପାରିବେ। ଏହି ଚିହ୍ନ ବ୍ୟତୀତ ଅନ୍ୟ ୧୫ଟି ଚିହ୍ନ ରହିଛି। ୧୫ଟି ଚିହ୍ନ ମଧ୍ୟରୁ କେତୋଟି ସଂପର୍କରେ ଆମେ ଆଲୋଚନ କରୁଛୁ। ନୋଟ୍‌ ଦେଖିବା ପରେ ଆପଣ ସହଜରେ ଅନୁମାନ କରି ପାରିବେ।

{"id":190373,"sizeSlug":"large"}

୧- ନୋଟ୍‌କୁ ଏପଟ, ସେପଟ କରି ଦେଖିଲେ ନୋଟ୍‌ ସଂଖ୍ୟା  ଦେଖାଯାଇଥାଏ।

୨- ମୂଲ୍ୟବର୍ଗ ଅଙ୍କରେ ଛପା ହୋଇଥିବା ପ୍ରତିମା

୩- ମହାତ୍ମାଗାନ୍ଧୀଙ୍କ ଚିତ୍ରର ସ୍ଥାନ ପରିବର୍ତ୍ତନ

୪- ଅଶୋକ ସ୍ତମ୍ଭ

୫-ଓ୍ବାଟର ମାର୍କ

୬- ଗଭର୍ଣ୍ଣରଙ୍କ ଦସ୍ତଗତ

 ନୋଟ୍‌ ଚିହ୍ନିବା ଲାଗି ଏଳଭି ଭାବେ ୧୫ଟି ମାର୍କ ରହିଛି। ଯାହାକି ହିନ୍ଦୀ ଭାଷାରେ ନୋଟ୍ ତଳେ ଉଲ୍ଲେଖ ରହିଛି। ଟଙ୍କା ନେଣଦେଣ ସମୟରେ ହିନ୍ଦୀ ଭାଷାରେ ଲେଖା ଯାଇଥିବା ଏହି ୧୫ଟି ମାର୍କ ଉପରେ ଧ୍ୟାନ ଦିଅନ୍ତୁ।

ଏଥିରେ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଓ ବିଶେଷ ବ୍ୟବସ୍ଥା କରାଯାଇଛି । ଦୃଷ୍ଟିହୀନ ବ୍ୟକ୍ତିମାନ ମଧ୍ୟ ଅସଲି ଓ ନକଲି ନୋଟ୍‌ ମଧ୍ୟରେ ଫରକ ଜାଣି ପାରିବେ । ଏଥିରେ ଅପଟିକାଲ୍‌ ଫାଇଭର୍‌ ରହିଛି । ନୀଳ ଆଲୋକ ବା ଅଲଟ୍ରା ଭାଓଲେଟ୍‌ରେ ଏହାକୁ ସହଜରେ ଚିହ୍ନି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.