ହଷ୍ଟେଲରେ ୧୫ରୁ ଅଧିକ ପିଲାଙ୍କୁ ମାଡ଼ ଅଭିଯୋଗ : ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ

Published By : Prameya-News7 Bureau | July 14, 2019 IST

କଟକ ୧୪/୭: ଘରୋଇ ରେସିଡେଣ୍ଟାଲ କଲେଜରେ ଏକାଧିକ ଛାତ୍ର ମାନଙ୍କୁ ଅମାନୁଷିକ ଭାବେ ଦୁଇ ଶିକ୍ଷକ ମାଡ଼ ମାରିଛନ୍ତି। ଶିକ୍ଷକଙ୍କ ମାଡ଼ରେ୧୫ରୁ ଉର୍ଦ୍ଧ ଛାତ୍ର ଆହତ ସେଥିମଧ୍ୟରୁ ଗୁରୁତର ହୋଇ ଜଣେ ଛାତ୍ର କଟକ ଏସିବିରେ ଚିକିତ୍ସିତ ହୋଇ ହଷ୍ଟେଲକୁ ଫେରିବା ଘଟଣା କୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବ୍ୟାପିବାରେ ଲାଗିଛି।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ସହରରେ ଥିବା ଘରୋଇ ଶ୍ରୀକ୍ଷେତ୍ର ଯୁକ୍ତ୨ ବିଜ୍ଞାନ କଲେଜରେ ।ଏହି କଲେଜରେ ଦୁଇଜଣ ଶିକ୍ଷକ ଆକ୍ରୋଶ ରଖି ଅମାନୁଷିକ ଭାବେ ବାଡେଇବା ଅଭିଯୋଗ କରିଛନ୍ତି ଛାତ୍ର ମାନେ।ଏନେଇ ୧୫ରୁ ଉର୍ଦ୍ଧ ଛାତ୍ର ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ସାଲେପୁର ଥାନାରେ ଏତଲା ଦେଇଛନ୍ତି।

{"id":133393}

କାହାର ପିଠିରେ ଆଘାତ ଲାଗିଛି ତ ଆଉ କାହାର ହାତ ଗୋଡ଼ ଓ କାନ ମୁଣ୍ଡରେ ଆଘାତ ହୋଇଛି।ଜଣେ କି ଦୁଇ ଜଣ ନୁହଁନ୍ତି ପାଖାପାଖି ୧୫ ଜଣ ପିଲା ଶିକ୍ଷକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି।ଏମାନଙ୍କ ଭିତରୁ ଜଣେ ପିଲା ଅତ୍ୟଧିକ ମାଡ଼ଖାଇ ଗୁରୁତର ହୋଇଯିବାରୁ  ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ଏସିବିରେ ଭର୍ତ୍ତି ହୋଇ ଥିଲା।ଏବେ ସେ ସୁସ୍ଥ ହୋଇ ହଷ୍ଟେଲକୁ ଆସିବା ପରେ ସମସ୍ତ ଘଟଣା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଆହତ ଛାତ୍ର ମାନେ ଥାନାରେ ଏତଲା ଦେଇଛନ୍ତି।

{"id":133397}

ଏଭଳି ଘଟଣା ପଦାକୁ ଆସିବା ପରେ ମାଡ଼ ମାରିଥିବା ଦୁଇ ଶିକ୍ଷକ ସପନ କୁମାର ବେହେରା ଓ ରାଜ କିଶୋର ସ୍ବାଇଁ ଙ୍କ ମଧ୍ୟରୁ ସପନ ବେହେରା ମାଡ଼ ମାରିଥିବା ଘଟଣାକୁ ଖୋଦ ସ୍ବୀକାର କରିଛନ୍ତି। ସେ ପିଲାମାନଙ୍କୁ ବେଶି ବାଡେଇ ନାହାନ୍ତି।କିନ୍ତୁ ରାଜ କିଶୋର ସାର ଏଭଳି ଅତ୍ୟଧିକ ମାଡ଼ ମାରିଥିବା ଭୁଲ ବୋଲି ଓଲଟା ଦୋଷାରୋପ କରିଛନ୍ତି।ଏହି ଘଟଣାକୁ କଲେଜ ଅଧ୍ୟକ୍ଷ କିଛି ମାତ୍ରା ରେ ସ୍ବୀକାର କରିଥିଲେ ।ଏହି ଘଟଣାକୁ ଏକ ନୂଆ ମୋଡ଼ ଦେବାକୁ ଚେଷ୍ଟା ଚଲାଛନ୍ତି କଲେଜ ଅଧ୍ୟକ୍ଷ।ତେବେ ସୋମବାର କଲେଜ ଖୋଲିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

{"id":133398}

ତେବେ ଏଠାରେ ପ୍ରଶ୍ନ ଉଠୁଛି ମେଡ଼ିକାଲ ରିପୋର୍ଟ ଓ ପିଲାଙ୍କ ଶରୀରର ଆଘାତ ଜଳଜଳ କରି ଦେଖାଯାଉଥିବା ବେଳେ ଏବଂ ଖୋଦ ଶିକ୍ଷକ ଜଣକ ସ୍ବୀକାର କଲାପରେ ବି ଅଧ୍ୟକ୍ଷ ମହୋଦୟ ଘଟଣାକୁ ଭିନ୍ନ ମୋଡ଼ ଦେବା ପଛରେ କଣ ରହସ୍ୟ ରହିଛି।ସେପଟେ ଘଟଣା ଯାଇ ଥାନାରେ ପହଞ୍ଚିଛି। ତେବେ ଏଠାରେ ଆମେ ଗୋଟିଏ କଥା କହିବୁ ଘରୋଇ ଶିକ୍ଷାନୁଷ୍ଠାନରେ ଅଧିକ ଅର୍ଥ ଖର୍ଚ୍ଚ କରି ପିଲାମାନଙ୍କୁ ପାଠ ପଢିବାକୁ ଛାଡୁଥିବା ଅଭିଭାବକଙ୍କ ବିଶ୍ବାସ ସହିତ ଖେଳ ଖେଳାଯାଉଛି।ଏସବୁ ଶିକ୍ଷାନୁଷ୍ଠାନ ଉପରେ ସରକାର ସତର୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।।                         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.