Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ନାସା ଗବେଷଣାରେ ଓଡ଼ିଆ ଛାତ୍ରଛାତ୍ରୀ, ନାସାର ହ୍ୟୁମାନ ଏକ୍ସପ୍ଲୋରେସନ୍ ଚ୍ୟାଲେଞ୍ଜରେ ସାମିଲ ହେବେ

12/11/2020 at 8:51 AM

ଭୁବନେଶ୍ୱର ୧୨।୧୧: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତାବର୍ଷ ଏପ୍ରିଲରେ ଆୟୋଜିତ ହେବାକୁ ଥିବା NASA Human Exploration Rover Challenge 2021 ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ ।

ଭୁବନେଶ୍ବରର ନଭୋନ୍ମେଶ ପ୍ରସାର ଷ୍ଟୁଡେଣ୍ଟ ଆଷ୍ଟ୍ରୋନୋମି ଟିମ୍  ପକ୍ଷରୁ ମନୋନୀତ ହୋଇଛନ୍ତି। ଏହି ଟିମ୍  ଭୁବନେଶ୍ବରର ନଭୋନ୍ମେଶ ପ୍ରସାର ଫାଉଣ୍ଡେସନ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଏଥିରେ ମହାକାଶ ଗବେଷଣା କ୍ଷେତ୍ରରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀ ମାନେ ସାମିଲ ହୋଇଛନ୍ତି। ସେମାନେ ମହାକାଶ ଗବେଷଣା, ରୋଭର, ରକେଟ୍ , ସାଟେଲାଇଟ୍, ଗ୍ରହମାନଙ୍କ ସଂପର୍କରେ ଗବେଷଣା କରୁଛନ୍ତି।

ସେମାନେ ଛାତ୍ରଛାତ୍ରୀ ଭାବେ ମହାକାଶ ଗବେଷଣାରେ ଯେଉଁ ଆଗ୍ରହ ରଖିଛନ୍ତି ଏବଂ ସଫଳତା ପାଇଛନ୍ତି ସେଥିପାଇଁ ସେମାନଙ୍କୁ ନାସା ପକ୍ଷରୁ ସେମାନଙ୍କୁ ଆସନ୍ତାବର୍ଷ ଏପ୍ରିଲରେ ହେବାକୁ ଥିବା ହ୍ୟୁମାନ ଏକ୍ସପ୍ଲୋରେସନ୍  ରୋଭର ଚ୍ୟାଲଞ୍ଜ ପାଇଁ ମନୋନୀତ କରାଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ସାରା ବିଶ୍ବର ଛାତ୍ରଛାତ୍ରୀ ମହାକାଶ ଅଭିଯାନ ପାଇଁ ନୂଆ ନୂଆ ଡିଜାଇନ୍  ପ୍ରସ୍ତୁତ କରିଥାନ୍ତି। ଏଥିରେ ବିଶ୍ବବ୍ୟାପୀ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥାନ୍ତି।

   Related Posts