ନିଜାମୁଦ୍ଦିନ ଓଡ଼ିଶା ଲିଙ୍କ୍ ନେଇ ରାଜ୍ୟ ଆଶ୍ୱସ୍ତ : ୨୦ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ,ବାକି ପାଞ୍ଚ ରିପୋର୍ଟକୁ ଅପେକ୍ଷା

Published By : Prameya-News7 Bureau | April 02, 2020 IST

ଭୁବନେଶ୍ୱର ୦୨।୦୪: ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୧୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍ । ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସୂଚନା ଦେଇଛି । ଓଡ଼ିଶା ଫେରିଥିବା ୨୦ ଜଣଙ୍କ କୋଭିଡ୍ -୧୯ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହି ୧୫ ଜଣଙ୍କ ମଧ୍ୟରୁ ରାଉରକେଲାରୁ ୧୨ ଜଣ , କେନ୍ଦ୍ରାପଡାର ଜଣେ, କଟକର ଜଣେ ଓ ଗଞ୍ଜାମର ଜଣେ ବୋଲି ଜଣା ପଡିଛି । ବାକି ୫ଟି ରିପୋର୍ଟ ହସ୍ତଗତ ହୋଇନଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଜଣାଇଛି । 

ଓଡିଶାରେ ବର୍ତ୍ତମାନ ସୁଦ୍ଧା କରୋନାରେ ୫ଜଣ ରିପୋର୍ଟ ପଜିଟିଭି ଆସିଛି । ଭୁବନେଶ୍ୱରର ୪ଜଣ ହେଉଥିବା ବେଳେ ଜଣେ ଭଦ୍ରକର ବୋଲି ଜଣାପଡିଛି । ତେବେ ବୁଧବାର ଦିନ  ଓଡିଶାର ୨ୟ କରୋନା ପିଜିଟିଭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ଗତକାଲି ୫ମ ବ୍ୟକ୍ତି କରୋନାରେ ଚିକିତ୍ସା ହେବା ପରେ ଚିକିତ୍ସା ଜାରି ରହିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.