ଫୋନି ବାତ୍ୟା ଯୋଗୁଁ କୃଷ୍ଣପ୍ରସାଦ ବ୍ଲକ୍‌ରେ ୧୫ ହଜାର କ୍ବିଣ୍ଟାଲରୁ ଅଧିକ ଚାଉଳ ନଷ୍ଟ

Published By : Prameya-News7 Bureau | May 17, 2019 IST

କୃଷ୍ଣପ୍ରସାଦ ୧୭|୫: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଫୋନି ବାତ୍ୟାରେ ୧୫ ହଜାର କ୍ବିଣ୍ଟାଲରୁ ଅଧିକ ଚାଉଳ ନଷ୍ଟ ହୋଇଥିବା ଜଣାପଡିଛି । ବ୍ଲକର ଷ୍ଟକ୍ ରୁମରୁ ୧୫ ହଜାର କ୍ବିଣ୍ଟାଲରୁ ଅଧିକ ଚାଉଳ ରହିଥିଲା ।

{"id":112850}

ଷ୍ଟକ୍ ରୁମର ଆଜବେଷ୍ଟ ଉଡିଯିବାରୁ ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଚାଉଳ । ଫୋନି ବାତ୍ୟାର ବର୍ଷାରେ ଭିଜି ସମସ୍ତ ଚାଉଳ ନଷ୍ଟ ହେଉଥିବା ସ୍ବୀକାର କରିଛନ୍ତି ଯୋଗାଣ ଅଧିକାରୀ ।

{"id":112851}

ବ୍ଲକ୍ ପ୍ରଶାସନ ତରଫରୁ ନଷ୍ଟ ଚାଉଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ଭଲ ଚାଉଳକୁ ପରୀକ୍ଷା କରିବା ପାଇଁ ପଠାଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ । ଚାଉଳର ମାନ ପରୀକ୍ଷା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାତ୍ୟା ପ୍ରପୀଡିତଙ୍କୁ ବଣ୍ଟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.