Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ସିଇଟି ପାଇବ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା

17/07/2021 at 7:55 PM

ଭୁବନେଶ୍ଵର ୧୭।୦୭: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ। ବୈଠକରେ  OSWAN ଓଡ଼ିଶା ଟେଷ୍ଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିସହ ଭୁବନେଶ୍ଵର ସିଇଟି କଲେଜକୁ ମିଳିବ ଏକକ ବିଶ୍ଵ ବିଦ୍ୟାଳୟ ମାନ୍ୟତା। ତିନି ଜିଲ୍ଲା ବୃହତ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

କ୍ୟାବିନେଟ୍‌ ବୈଠକ ଅନୁଯାୟୀ,  ଭୁବନେଶ୍ଵର ସିଇଟି (କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) କଲେଜକୁ ମିଳିବ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା। OUTR ଢାଞ୍ଚାରେ ଏକକ ବିଶ୍ଵ ବିଦ୍ୟାଳୟ ହେବ ସିଇଟି କଲେଜ। OUTR ଅର୍ଥ ଓଡ଼ିଶା ୟୁନିଭରସିଟି ଅଫ ଟେକ୍‌ନୋଲୋଜି ଆଣ୍ଡ ରିସର୍ଚ। ସେହିପରି OSWAN ଓଡ଼ିଶା ଟେଷ୍ଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପକୁ କ୍ୟାବିନଟର ଅନୁମୋଦନ ମିଳିଛି। ଏଥିରେ ଆଇଟି ଭିତ୍ତିଭୂମି ବଢ଼ାଇବ OSWAN। ଏହି ପ୍ରକଳ୍ପ ପାଇଁ ୩୩୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ତିନି ଜିଲ୍ଲା ପାଇଁ ବୃହତ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କେନ୍ଦୁଝର, ସୁନ୍ଦରଗଡ଼ ଓ କଟକରେ ହେବ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ। ସେହି ପରି ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। ୨ ଲେନ୍ ରାସ୍ତାରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା।

ସେହି ପରି OMBADC ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଜିଲ୍ଲାର ୪ଟି ବ୍ଲକରେ ୪୯ଟି ପଞ୍ଚାୟତରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। କଟକ ପାଇଁ JJM ଯୋନାରେ ବୃହତ ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

କଟକର ୪ଟି ବ୍ଲକର ୨୬୨ ଗାଁକୁ ଜଳ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ କଟକ ଜିଲ୍ଲାର ଆଠଗଡ଼, ତିଗିରିଆ, ବାଙ୍କୀ ଓ ଟାଙ୍ଗୀ-ଚୌଦ୍ଵାର ଲୋକେ ଉପକୃତ ହେବେ। ସେହି ପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ବ୍ଲକରେ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମୋଦନ ଦେଇଛି କ୍ୟାବିନେଟ୍। ୨୦୨୩ ଅଗଷ୍ଟ ୩୧ ଅଗଷ୍ଟ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ ହେବ। ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା।

   Related Posts